STORYMIRROR

Salila Sarangi

Tragedy

4  

Salila Sarangi

Tragedy

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

1 min
386

ଅଠର ଶହ ନ ଜାନୁଆରୀ ମାସ

ତେଇଶି ତାରିଖ ଦିନ

ଖିଣ୍ଡା (ବରଗାଁ) ଗ୍ରାମର ଚୌହାନ ବଂଶରେ

ସୁରେନ୍ଦ୍ର ସାଏଙ୍କ ଜନ୍ମ।


ଧରମ ସିଂହ ଓ ରେବତୀ ଦେବୀଙ୍କ

ଔରସରୁ ଜାତ ହୋଇ

ମୁକ୍ତି ସଂଗ୍ରାମରେ ଅଵତୀର୍ଣ୍ଣ ହେଲେ

ଜୀବନ ବାଜି ଲଗାଇ।


ପଛ ଘୁଂଚା ନାହିଁ ବୀରର ଜାତକେ

ଏ କଥା ପ୍ରମାଣ କରି

"ସିପାହୀ ବିଦ୍ରୋହ" ଆରମ୍ଭ କରିଲେ

ଅନୁଗାମୀଙ୍କୁ ସେ ଧରି।


ଧନୁଶର ଧରି ଗରିଲା ଯୁଦ୍ଧରେ

ଗୋରା ସୈନ୍ୟ ପରାହତ

ସେଥିପାଇଁ ପାଞ୍ଚ ଵରଷ ହୋଇଲେ

କାରା ଦଣ୍ଡରେ ଦଣ୍ଡିତ।


ପଶ୍ଚିମାଞ୍ଚଳକୁ ଇଂରେଜ ମାନଙ୍କ

କବଳରୁ ରକ୍ଷା ପାଇଁ

ନେଇ ଥିଲେ ବଜ୍ର ଶପଥ ସୁରେନ୍ଦ୍ର

ଅଛି ସ୍ମରଣୀୟ ହୋଇ।


ଚିର ସ୍ମରଣୀୟ ମାଟିର ଶୈ।ର୍ଯ୍ୟ

ସାହାସୀ ଲଢ଼ୁଆ ସୁତ

ମୁକ୍ତି ସଂଗ୍ରାମର ସେ ମହାନାୟକ

ସଚ୍ଚୋଟ ଦେଶ ଭକତ।


ଅସୀମ ଵିରତ୍ବ ଵଳିଷ୍ଠ ବୁଦ୍ଧି ମତ୍ତା

ଅପୂର୍ବ ରଣ କୌଶଳ

ଅସାଧାରଣ ସେ ସାହାସ ପାଖରେ

ଫିରିଙ୍ଗି ଵଳ ଦୁର୍ବଳ।


ଦୁଇ ଵନ୍ଧୁ ଛଳେ ଶିକାର ହୋଇଲେ

ଵନ୍ଦୀ ଅବସ୍ଥାରେ ରହି

ଅସୁର ଗଡର ଦୁର୍ଗ ରେ ତାଙ୍କର

ଜୀଵନ ଦୀପ ଲିଭଇ।


ଜନ୍ମ ଦିବସରେ ହେ ବୀର ପୁଙ୍ଗବ

ଘେନ କୋଟି ନମସ୍କାର

ତୁମର ନିଷ୍କାମ କରମ ତୁମକୁ

ରଖିଵ ସଦା ଅମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy