STORYMIRROR

Panchanan Jena

Tragedy

4  

Panchanan Jena

Tragedy

ତମେ ଗଲାପରେ

ତମେ ଗଲାପରେ

1 min
252


ତମେ ଗଲାପରେ କିଛି ବି ବଦଳିନି

ସତ କହୁଛି ମୁଁ ତୁମ ହୃଦ ସଜନୀ 

ରାତି ବି ଆସୁଛି ସଞ୍ଜ ସବାରୀରେ

ଶୁଭ ଶଙ୍ଖର ମଙ୍ଗଳ ଧ୍ବନୀ

ତାରା ବି ନାଚୁଛନ୍ତି ଜହ୍ନ ସାଥିରେ

ଆକାଶ ଚାନ୍ଦୁଆ ଚନ୍ଦ୍ର ବନ୍ଧନୀ 

ଫୁଲ ବି ଫୁଟୁଛି ଗେଟ୍ ପାଖ ଗଛରେ

ଗହଳ ଛବିଳ ପତ୍ର ଦିଶୁନି l

   

ମାତ୍ର ନିଦ ଉଭାନ୍‌ ବିଛଣା ଶୁନ୍ ଶାନ୍

ନିର୍ଜ୍ଜନ ଦ୍ୱୀପରେ ଏକାନ୍ତ ବାସରେ

ମୁଁ ବନ୍ଦିନୀ ଏକାକିନୀ ।୧


ତମେ ଗଲାପରେ କିଛି ବି ବଦଳିନି

  ସତ କହୁଛି ମୁଁ ତୁମ ପ୍ରାଣ ସଙ୍ଗୀନୀ

ସ୍କୁଲକୁ ଯାଉଛି ମେସିନ୍ ମଣିଷ

    କେବେ ଚୁପ୍ ଚାପ୍ କେବେ ବାତୁନୀ

ଟିଉସନ୍ ବଢି ଯାଇଛି ବ୍ୟସ୍ତ ମଣିଷ

    କେବେ କ୍ଷମାଶୀଳା କେବେ ମର୍ଦାନୀ

ବାଳ ଝଡି ଯାଇଛି ବୟସ୍କ ମଣିଷ

  କେବେ ରୋକ୍ ଠୋକ୍ କେବେ କାର୍ଯ୍ୟାଣୀ

ମୁଁହରେ ଗାମ୍ଭୀର୍ଯ୍ୟ ପ୍ରବଣତା ପ୍ରଜ୍ଞା ମଣିଷ

   କେବେ ତପସ୍ଵୀନୀ କେବେ ସନ୍ୟାସିନୀ l


କିନ୍ତୁ ଘର ମନ୍ଦିର ନାହିଁ

ପର୍ବ ପର୍ବାଣୀ ନାହିଁ

ନିରୋଳା କୁଟୀରେ 

ନୀରବ ମୁଦ୍ରାରେ

ସୁସଜ୍ଜିତ ଜେଲରେ

ମୁଁ ନନ୍ଦିନୀ କୁମୁଦିନୀ ।୨


ତମେ ଗଲାପରେ କିଛି ବି ବଦଳିନି

ସତ କହୁଛି ମୁଁ ତୁମ ସୁଧା ସଞ୍ଜିବନୀ

ଶାଗ ଖରଡ଼ା ପଖାଳ ନିତି ଖାଉଛି

  କଞ୍ଚା ଲଙ୍କା ପିଆଜ ବଡି ରସୁଣ

ପଥୁରି ବସା ବାଇଗଣ ପୋଡା ମିଶୁଛି

  ବେଲାଏ କୁଳଭନି ଦହି ଲବଣ 

କେଇ କେଜି ଚର୍ବି କମର ନାଇଛି

   ଡ୍ରେସ୍ ପିନ୍ଧି ସ୍କୁଟି ଉଡାଣ l


ମାତ୍ର ପଲକରେ ଶୂନ୍ୟତା 

ଝଲକରେ ନିରସତା 

ଜୀବନରେ ସାତ୍ତିକତା

ମୁଁ ବଞ୍ଚିଛି ବୀରାଙ୍ଗନୀ ।


ତମେ ଗଲା ପରେ ବହୁତ ବଦଳିଛି

  ମୁକ ପାଲଟିଛି ତୁମ ମୃଦୁ ଭାଷିଣୀ

ଭଦ୍ର ମୂଖା ତଳେ ଅସଭ୍ୟ ଦଳେ

 ଲୋଲୋପେ ଧର୍ଷନ୍ତି ବାଙ୍କ ଚାହାଣୀ l


ମାତ୍ର ପ୍ରତି ମୁହୁର୍ତ୍ତରେ

ତୁମେ ଆବର୍ତ୍ତରେ

କଳ୍ପନା ଜଳ୍ପନାରେ

ସର୍ବାନ୍ତକରଣେ

ତୁମ ପାଦ ପଙ୍କଜ ହିଁ 

ମୋର ଇହ ପରକାଳ 

ସାର୍ବଭୌମ ସରଣୀ ।


ସାଲିସ୍ କରି ନେଇଛି ଆଙ୍କୁଡି ଲତା

 ମଧୁର ମିଥ୍ୟା ରେ ଭଣେ କାହାଣୀ

ବିଚରା ଲୁହ କେତେ ଝରିବ କୁହ

  କୃଶୋଦରୀ ଲହ କୋହ ସର୍ବାଣୀ  l


କିନ୍ତୁ ତୁମର ବିଗତ ସାନିଧ୍ଯ 

ନିବିଡ଼ ଦେହଗନ୍ଧ

କରେ ମଦମତ୍ତ ବିତରେ ସୁଗନ୍ଧ

ତୁମେ ହିଁ ଯୁଗେ ଯୁଗେ

ମୋ ପାଇଁ ମନ୍ଦାକିନୀ ତରଙ୍ଗିଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy