STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଚିନ୍ତିତ

ଚିନ୍ତିତ

1 min
292


ସବୁ କିଛି ଜାଣୁ ତୁହି ଜଗତର ନାଥ,


ଦୂର କର ତାହା ପ୍ରଭୁ ଚିନ୍ତିତ ମୋ ପଥ।


    କରୁଛି ଅଥୟ ଅତି,


କରେ ମର୍ମାହତ ମନ କର୍ତ୍ତବ୍ୟର ପ୍ରତି।  


ପୂର୍ଣ୍ଣ  କରିବାର ଶକ୍ତି ଦିଅ ଜଗନ୍ନାଥ,


ଦାଇତ୍ୱ ର ନିବାରଣ କରି ପାରେ ନାଥ।


     ଅନାଦି ଅନନ୍ତ ତୁହି,


ନାହିଁ ଗତି ତହ ବିନୁ କୃପାସିନ୍ଧୁ କେହି।


ବୃଦ୍ଧମୋ ବୟସ ପ୍ରଭୁ ଚିନ୍ତାର ସାଗର,


ଜୁଆର ତାହାର ଅଟେ ଅତି ଭୟଙ୍କର।


    ଦାୟିତ୍ବର ସେ ଗଭୀର


ଅଥୟ କରୁଛି ଏହୁ ମନ ପ୍ରେମ ମୋର।,


କର ପ୍ରତିକାର ପ୍ରଭୁ ତୁହି ହିଁ ଭରୋସା


ପୂର୍ଣ୍ଣ କର ସବୁ ନାଥ କରି ଅଛି ଆଶା


     ତୁହି ନାଥ ସୃଷ୍ଟିକର୍ତ୍ତା, 


ବ୍ରହ୍ମାଣ୍ଡ କରତା ପ୍ରଭୁ ପରା ଜଗତର ଦାତା।


ହେବ ହେ ସମ୍ଭବ ସବୁ ତୋର କରୁଣାରୁ,


ଅଭୟ ଦେବୁଟି ମୋତେ ମୋର ଦାଇତ୍ଵରୁ।


     କାଳିଆ ତୁହିରେ ମୋର,


ଜୀବନ ଯାତ୍ରାରେ ତୁହି ସାହାରାଟି ମୋର।


ମାଗୁ ନାହିଁ ଧନ ମୁହିଁ ମାଗୁନି ବୈଭବ,


ଚରଣରେ ସ୍ଥାନ ଦେବୁ କରିବୁ ସମ୍ଭବ।     

   

     ଦୀନବନ୍ଧୁ ତୁହି ନାଥ,


ପୂର୍ଣ୍ଣ କର ପ୍ରଭୁ ମୋର ଦାୟିତ୍ୱର ପଥ।


ଅସମ୍ଭବ ସବୁ କରୁ ସମ୍ଭବ ତୁହିରେ,


କରେଭକ୍ତି ଦିବାରାତ୍ର ଚରଣରେ ତୋର


     ମନବାଞ୍ଛା ପୂର୍ଣ୍ଣ କର,


ଅଜ୍ଞାନୀ ଭକ୍ତକୁ ତୋର ରଖିବୁ ନଜର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract