STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଡାକୁଛି ତ୍ରିରଙ୍ଗା ଆ

ଡାକୁଛି ତ୍ରିରଙ୍ଗା ଆ

1 min
417


ଡାକୁଛି ତ୍ରିରଙ୍ଗା ହେ ମୋର ଜନତା

     ଆ' ମୋ ପାଖକୁ ଆ

ମୋ ହୃଦର ବାର୍ତ୍ତା ଯାହା ମୁଁ କହୁଛି

    ଥରେ ବାବୁ ଶୁଣି ଯାଆ।

ଜାତୀୟ ଦିବସେ ଉଡ଼ାଇ ତ୍ରିରଙ୍ଗା

    ମନେ ତୃପ୍ତି ପାଅ‌ ଯାହା,

ହେଲେ ମୁଁ ଦେଖୁଛି ଲୁହ ଝର‌ଉଛି

     ଦୁଃଖରେ ଭାରତ ମାଆ।

କାଶମିରୀ ଠାରୁ ସେ କନ୍ୟାକୁମାରୀ

     ଖାଲି ଦୁର୍ନୀତିର ଛାୟା,

ଦୁର୍ନୀତି ଦୁଷ୍କର୍ମେ ପୀଡିତା‌ ଏଠାରେ

     ଶହଶହ ଝିଅ ମାଆ।

ମୈତ୍ରୀ ଶାନ୍ତି ପ୍ରୀତି ହ୍ରାସ ପାଉଅଛି‌

     ବହୁଛି ଅଶାନ୍ତି ବାଆ,

ସ୍ଵାଧୀନତା ଆଜି ବନ୍ଧନ ହୋଇଛି

     କିଏ ହେବ ଏଠି ସାହା।

ଶାସକ ଯଦିବା‌ ଭକ୍ଷକ ସାଜିବ

     କେ ବୁଝିବ କାହା ଦୁଃଖ,

ସ୍ନେହ ମମତାର ଡୋରି ଛିଣ୍ଡିଯାଏ

     ଦିଶୁଛି ମାୟା ପ୍ରତ୍ଯକ୍ଷ।

ଏକତାର ଗୀତି ଯାହା ମୁଁ ଗାଉଛି

     ପଦେ ତୁହି ଶୁଣି ଯାଆ,

ଆମରି ନାଆରେ ପାରି ହେଉଥିବା

     ଆମେ ହୋଇ ନାଉରୀଆ।

ହୁଅରେ ଜାଗ୍ରତ ହଟାଅ ତାମସ

     ନବୀନ ପ୍ରଭାତ‌ ଆସୁ,

ଈର୍ଷା,କ୍ରୋଧ,ଦ୍ଵୈଷ,ଅହଂ ଦୂର ହେଉ

     ପ୍ରେମ ସବୁଠିଁ ପ୍ରକାଶୁ‌।

ହିମାଚଳ ସମ ଟାଳିଝିଅ ଯେତେ

     ସେ ଦୁସ୍ତର ବାଧା ବିଘ୍ନ,

ମାନସିକତାର ପରାଧୀନ ନାଶ

     ମନେ ରଖ ସ୍ଵାଭିମାନ।

ବିଶ୍ଵର କଲ୍ଯାଣ କର ଆବାହନ

     ନମାନି ସେ ଜାତିଧର୍ମ,

ବସୁଧୈବ କୁଟୁମ୍ବର ଭାବ ରଖ

     ଭୁଲିଯାଅ ଭେଦମର୍ମ।

ଶାନ୍ତି ମୈତ୍ରୀ ସୁଧା ଝର୍ଝରିତ‌ ହେଉ

     ପ୍ରତି ଜନତାଙ୍କ ପ୍ରାଣେ,

ଚିର ଭାସ୍କର ଦୀପ୍ତି ଜ୍ଯୋତିରାଶୀ‌

     ପ୍ରକାଶୁ ସବୁରି‌ ମନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy