ସୌରଭ
ସୌରଭ
ମୋ ଯାତ୍ରା ଟା ହିଁ ଥିଲା ଅସରା
ଆଦ୍ରତା କୁ ନେଇ କିଛି ବାଟ
ଯିବାକୁ ପଡ଼ିଲା,
କେମିତି କହିଥା'ନ୍ତି ତୁମକୁ
ତୁମେ ସିଞ୍ଚି ଦେଇ ଯାଇଥିବା
ଅନୁଭଵ କୁ ନେଇ
ଖସଡ଼ା ରାସ୍ତାରେ ବି ଅଟକି ଗଲି ।
ମୋ ଥକୁନଥିବା ପାଦ ତଳେ
କଣ୍ଟକିତ ସମୟ ର
ଧାର ଟିଏ ଥିଲା
ଖୁବ୍ ସୂକ୍ଷ୍ମାଗ୍ର ତ୍ୱଷା
ଆଘାତ ପରେ ଆଘାତ
ପକ୍ଷା ଘାତ ର କରୁଣ ଅବସ୍ଥା ।
ନା ଆଗକୁ ବଢ଼ି ପାରିଲି ନା
ପଛକୁ ଫେରି ପାରିଲି
ଢଳ ଢଳ ପଦ୍ମ ପତ୍ର ରେ
ଜଳ ର ବିନ୍ଧୁ ଟିଏ ହୋଇ ରହିଗଲି ।
ଯଦିବା ମୋ ଆତ୍ମ ଭାଷାର
ବିକଳ୍ପ ଟିଏ ନିଜ ପାଖେ ରଖିଥିଲି
ସମୟ ର ପାବନ୍ଧି ରେ
ଏକ ବିସ୍ତୀର୍ଣ୍ଣ ଇତିହାସ ରଚିଗଲା ।
ମୋ ନିଷର୍ତ୍ତ ବେଦନା ରେ
ତୁମେ ଆଧ୍ୟାତ୍ମିକ ସ୍ରୋତ ଟିଏ ଥିଲ
ସେ ସ୍ରୋତ ରେ
ଭାସିବାର ଧର୍ଯ୍ୟ ମୋହର ହିଁ ଥିଲା।
ସିକ୍ତ ରୁ ଶୁଷ୍କ ହେବାକୁ
ଜୀବନ ଟିଏ କମ୍ ପଡ଼ି ଥାଆନ୍ତା
ମୋ ଏହର୍ନିଶ ନିଶ୍ୱାସ ର ଉଷ୍ଣତା ରେ
ଦୀର୍ଘ ଶବ୍ଦ ଟିଏ ଥିଲା,
ମୋ ପ୍ରେମ ର ଉପଲବ୍ଧି ରେ
ସୌରଭ ଯୁକ୍ତ ପ୍ରଶାନ୍ତି ଟେ ଥିଲା
ସେଥିପାଇଁ ତ ଏକାନ୍ତରେ ବସି
ସୌମ୍ୟ ରଚନା ଟେ ଲେଖିଦେଲି ।
କେବେ ନିଭୃତ ରେ ବସି
ନିଜକୁ ଦେଖିବ
ତୁମ ଆଭ୍ୟନ୍ତରେ
ଛୁଇଁ ଯାଉଥିବା ଶବ୍ଦ ରେ
ମୋ ଭାବାନ୍ତର ଟେ ନିଶ୍ଚିତ ଥିବ।
