STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
261


କାରଣ ଆଜିରେ ଦୁର୍ଘଟଣା ପାଇଁ

ମଦ୍ୟପାନ ଅଟେ ଯହିଁ,

ସେବନ କରନ୍ତି ଯୁବା ଓ ଯୁବତୀ

ମନୋରଞ୍ଜନଟି ତହିଁ ।


ଗାଆଁରୁ ସହର ମଦ୍ୟ ମିଳୁଅଛି

ସରକାରେ ଧ୍ୟାନ କାହିଁ

ପର୍ବ ପର୍ବାଣିରେ ମୁଖ୍ୟତଃ ସେବନ

ମଦ୍ୟପାନ ହୁଏ ଏହିଁ।


କାରଣ ଆଜିରେ ଦୁର୍ଘଟଣା ପାଇଁ


ହୃଦୟ ସଙ୍ଖାଳି ମରୁଅଛି କାର

ନିତ୍ୟେ ରାବ୍ ରୋଦନର 

ସ୍ବାମୀର ମୃତ୍ୟୁ ଦୁର୍ଘଟଣାରେ

ହୁଏ କାରଣ ମଦ୍ୟପାନର ।


ନାହିଁ ନିୟନ୍ତ୍ରଣ ଇଚ୍ଛାଶକ୍ତି

ନାହିଁ ଟି ଶାସନ ବ୍ୟବସ୍ଥାର

ଖୁସି ଓ ଉତ୍ସବେ ଦୁର୍ଘଟଣା ଟି

ଯହିଁ ମଦ୍ୟ ହିଁ ସେବନର ।


କାରଣ ଆଜିରେ ଦୁର୍ଘଟଣା ପାଇଁ


କେଉଁ ମନବୃତ୍ତି ଜନତାଙ୍କ ଏବେ

ମଦ୍ୟ ପିଉଛନ୍ତି ନିତ୍ୟେ

ଶହେରୁ ଚାଳିଶ ପ୍ରତିଶତ ଭାଇ 

ଡ୍ରଗ୍ସ କରୁଛନ୍ତି ନିତ୍ୟେ


ନୂଆ ଏ ଭାରତ ଅମୃତ ଏ କାଳ

ମନ ଭାଇରେ ଚିନ୍ତିତେ

ହେଉ ମଦ୍ୟପାନ ଦୂର ସମାଜରୁ

କହିବ ତା ଅବାକେତେ।


କାରଣ ଆଜିରେ ଦୁର୍ଘଟଣା ପାଇଁ


ସମାଜରେ ଏହୁ ହାନିକାରକ ହେ

ନିୟନ୍ତ୍ରଣ ନାହିଁ କିମ୍ପା ?

କେଉଁ ଅଧିକାର ସେବନରେ ତାର

ମୃତ୍ୟୁର ତାଣ୍ଡବ କିମ୍ପା ?


ଖାଇବା ପିଇବା ଅଧିକାର ନେତା

କହୁଥାନ୍ତି ନିତ୍ୟେ କିମ୍ପା ?

ଏପରି ଅଧିକାର କେଉଁ ପ୍ରୟୋଜନ

ଯୁବା ମରୁଛନ୍ତି କିମ୍ପା ?


କାରଣ ଆଜିରେ ଦୁର୍ଘଟଣା ପାଇଁ


ସତ୍ତାର ନିମନ୍ତେ ମଦ୍ୟ ବିତରଣ

ଜନତାଙ୍କ ପାଇଁ କିମ୍ପା ?

ନଷ୍ଟ କରୁଛନ୍ତି ସମାଜ ଜନଙ୍କୁ

ନେତାଙ୍କ ତାଣ୍ଡବ କିମ୍ପା ?


ସୁରକ୍ଷା କର୍ମୀହେ ନୂଆଭାରତର

କର୍ତ୍ତବ୍ୟେ ନାହାନ୍ତି କିମ୍ପା ?

କିପରି ହେବ ଟି ବିଶ୍ବଗୁରୁ ରାଷ୍ଟ୍ର

ମଦ୍ୟପାନ ଏଠି କିମ୍ପା ?


କାରଣ ଆଜିରେ ଦୁର୍ଘଟଣା ପାଇଁ


କଳିଯୁଗ ପରା କଳିର ତାଣ୍ଡବ

 କିଏ ବା ବୁଝିବ ଏହୁ

ଅଦୃଶ୍ୟରେ ରହି ପ୍ରଭୁଙ୍କ ନୀଳାହେ

କରନ୍ତି ଭିଆଣ ସେହୁ ।


ନୂଆ ଭାରତ ଏ ଅମୃତ କାଳହେ

ଚିନ୍ତାଟି ମନରେ ବହୁ

ଦୁର୍ଘଟଣା ମଦ୍ୟପନ ଯୋଗୁଁ

 ତାହାରି ଟି ପ୍ରତିରୋଧ ରହୁ।


କାର୍ଯ୍ୟ ଆଜିରେ ଦୁର୍ଘଟଣା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract