STORYMIRROR

Salila Sarangi

Tragedy

4  

Salila Sarangi

Tragedy

ବିଧିର ବିଧାନ କେ କରିବ ଆନ

ବିଧିର ବିଧାନ କେ କରିବ ଆନ

1 min
373

ବିଧିର ବିଧାନ କେ କରିବ ଆନ

  ସର୍ଵେ ସମୟର ଦାସ

ଶର୍ବରୀ ପାହିଲେ ଯେ ରାଜ୍ୟ ରାଜନ

   ତାକୁ ସଜ୍ଜା ବନବାସ।


ରାମାୟଣ ପୃଷ୍ଠା ସେ କରୁଣ ଗାଥା

  କାହାକୁ ଅଜଣା ଅଛି

ପିତୃ ସତ୍ୟ ପାଳି ରାମଚନ୍ଦ୍ର ନେଲେ

  ଵନଚାରୀ ପଥ ବାଛି।


କୋଣାର୍କର ସେହି ଅଭୁଲା ଅତୀତ

  ଧର୍ମପଦର କାହାଣୀ

ବାଳୁତ କୁମର ଦର୍ଶନେ ପିଅର

  ମନ ବଳାଇଲା ପୁଣି।


ବହୁଦୂର ପଥ ଅତିକ୍ରମି ସେତ

  ପିତାଙ୍କୁ ଦର୍ଶନ କଲା

 ସେହି କାଳରାତ୍ରି ତାର ଶେଷ ରାତି

    ହେଵ ସେ ଜାଣି ନ ଥିଲା।


ସମୟ ସ୍ରୋତରେ ନିଜେ ଭାସିଗଲା

  ରଚିଲା ଅକ୍ଷୟ କୀର୍ତ୍ତି 

ବିଧିର ବିଧାନ ମାତା କୋଳ ଶୂନ୍ୟ

  ସହ୍ୟ କଲେ ମଥାପାତି।


ଗର୍ବ ଦମ୍ଭ କାର ରହିନାହିଁ ଚିର

  ଵିଧି ବିଧାନ ବିଚିତ୍ର

ଆଜି ଉପବିଷ୍ଟ ରାଜ ସିଂହାସନେ

  କାଲି ହୋଇଯାଏ ରଙ୍କ।


ଜନ୍ମି କନ୍ୟା ରତ୍ନ ପାଇଥାଏ ଯତ୍ନ

  ପିତୃ ମାତୃ ଅଗଣାରେ

ବିଧିର ବିଧାନ ସେ କନ୍ୟା ରତନ

  ଦାନ ଵିଵାହ ବେଦୀରେ।


ବିକଶିତ ହୁଏ ନଵୀନ କଳିକା

  ଦେଵ ପ୍ରୀତି ସ୍ବପ୍ନ ନେଇ

ବିଧିର ବିଧାନ ଯାଏ ଶମଶାନ

 ‌‌ ଶବ ସାଥେ ସାଥି ହୋଇ।


ଵିଧି ବିଚାରକୁ କିଏ ଟାଳିବାକୁ

 ‌ ‌ଜନମିଛି ଏ ମହୀରେ

ସେ ଅଦୃଶ୍ୟ ଶକ୍ତି ଆମେ ମୂଢମତି

 ଚାଲୁ ତାର ଇଙ୍ଗିତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy