ମୃତ୍ୟୁରୁ ସନ୍ଦେଶ
ମୃତ୍ୟୁରୁ ସନ୍ଦେଶ
ମୁଁ ଗୋଟାଏ ଆଶାତୀତ
ଅଶହାୟ ମଣିଷ କହୁଛି
ମୁଁ ଦୁନିଆଁ ଦାଣ୍ଡର ସୀମାହୀନ
ରାସ୍ତାକୁ ଅତିକ୍ରାନ୍ତ କରିବା ପାଇଁ ଚେଷ୍ଟିତ
ଅନେକ କଣ୍ଟା ଓ ଫୁଲର ଫେଣ୍ଟା ଫେଣ୍ଟି
ପାଖୁଡ଼ାର ସମ୍ଭାର ନେଇ l
ବିଛୁରିତ ମୋ ସମ୍ମୁଖରେ
କେତେ ଯେ ପାହାଡ଼ ,ପର୍ବତ ଡେଇଁ
ଅଗ୍ରସର ହେଉଅଛି
କିଟମିଟ ଅନ୍ଧକାରକୁ ଦୁରେଇବାକୁ l
ଖଦ୍ୟୋତିକା ର ସାହାଯ୍ୟ ନେଇ
ଚାଲିଛି ଆଗେଇ
ଜାଣେନା କେଉଁ ଆଡେ ମୋର
ପଥିକ ଜୀବନର ଶେଷଅନ୍ତ
ଆଉ କେତେ ବାଟ ବାକି l
ଦିଗହରା,ବେଶାହାରା ହେଇ
ଗୋଟେ ପ୍ରଦୀପ ଶିଖାର ଆଲୋକରେ
ମୁଁ ପଥ ଉଣ୍ଡି ଚାଲିଛି
କେଜାଣି , କେଉଁଠି ,କେତେବେଳେ l
କେଉଁ ସନ୍ଦିଗ୍ଧ ମୁହୂର୍ତ୍ତରେ ଆସି ଦେଖାହେବ
ମୋର ଲକ୍ଷ୍ୟ ପଥ
ଚାହିଁଛି ମୀନ ନୟନରେ ଚାତକ ପରିକା
ଜହ୍ନ ଆଲୁଅର ପଦ ଚିନ୍ହ ସାଥେ l
ଆଗେଇ ଯାଉଛି ଚାହିଁ ଚାହିଁ
ମନ ମଧ୍ୟରେ ଫୁଆର ଜନ୍ମାଇ
କେତେବେଳେ ପହଞ୍ଚି ଯାଆନ୍ତି କି ?
ମୋର ଅପହଞ୍ଚ ଇଲାକାକୁ
ଆଉ ଶାନ୍ତିରେ ନିଶ୍ବାସ ନିଅନ୍ତି
ଆକାଶକୁ ଅନେଇ ବିଜୟର କେତନ ଉଡେଇ।