STORYMIRROR

Sunanda Mohanty

Action Classics

4  

Sunanda Mohanty

Action Classics

ବନ୍ଧୁ ହେଵତ ଏମିତି

ବନ୍ଧୁ ହେଵତ ଏମିତି

1 min
171


ବନ୍ଧୁ ତମେ ପରିପୂର୍ଣ୍ଣ 

ତମେମୟ ଏ ସୃଷ୍ଟି 

ପଲକ ପାତକେ 

ତମେମୟ ଫୁଲ ଫୁଟି 

ତମରି ଆଲୋକେ

ଆୟୁଷ୍ମାନ କର ବୃଷ୍ଟି 

ତମେ ପଥ ତମେ ପାଥେୟ 

ପଡୁଥାଏ ମୁଁ ଝୁଣ୍ଟି 

ତମେ ପାପରେ କେଉଁଠି 

ପୁଣ୍ୟରେ ପଡୁଛ ଲୋଟି 

ତମେ ସକଳ ଆଧାରେ 

ଅହର୍ନିଶ ରଖ ଦୃଷ୍ଟି 

ତମରି ଗୋଲକେ ପୁଲକେ 

ବେହାଲ ମୁଁ ଆଜି ଏଠି 

ତମେ ସତ୍ୟ ସନାତନ 

ଭାବରେ ପଡେ ମୁଁ ଲୋଟି 

ରଖ ମହାବାହୁ ଅଦୃଶ୍ୟ ନାଥ 

ଡାକେ ଯିଏ ଯେଉଁଠି 

ତମେ ସ୍ମୃତି ଉପାନ୍ତରେ 

ଭାଗ୍ୟ ଲେଖନୀ ଜଷ୍ଟି 

ଆଦେଶ ଉଦେଶ୍ୟ ଭିତରେ 

ପାପୁଲିରେ ମୁଠେ ମାଟି 

ତୁମ ନିର୍ଦେଶ କବିତା କାଳିରେ 

ମାଟି ମାଆ କୁ ସାଉଁଟି 

ଛାତିରେ ହୃଦରେ ମନକନ୍ଦରରେ 

ସବୁଠି ଦେଇଛି ଛାଟି 

ମୁଁ ସେଇ ସୁଦାମା ଏଇ ଜନ୍ମ ରେ 

ହେଉଅଛି ଛାଟିପିଟି 

ତୁମେ ମୋର ବନ୍ଧୁ ମୁଁ ବନ୍ଧୁ ମହାନ୍ତି 

ତୁମେ କଳି ରେ ଅଛ କେଉଁଠି 

ତୁମେ ମୋର ସଖା ହେ ଦୀନବାନ୍ଧଵ

ମୁଁ ସିନା ଖୋଜେ ଏଠି ସେଠି 

କସ୍ତୁରୀ ମୃଗର ନାଭିରେ କସ୍ତୁରୀ 

ସେ ଜାଣେନା ଯେମିତି କୋଉଠି 

ତୁମେ ଜଗତର ନାଥ ଜଗନାଥ 

ଉତ୍ତମ ବନ୍ଧୁ ପଣେଟି 

ସଭିଙ୍କୁ ରଖିଛ ଘଣ୍ଟ ଘୋଡାଇ 

ମୁଁ ସେଇ ଦାସିଆ ବାଉରୀ ଗୋଟି 

କୃଷ୍ଣଙ୍କ ସଖା ସୁଦାମା ଙ୍କ ଖୁଦ ଭଜାରେ ପା 

ବନ୍ଧୁଙ୍କ ସବୁ ସନ୍ତୁଷ୍ଟି 

ଭାବୁଛି ହୁଅନ୍ତି କି ସୁଦାମା ପରି ପୁଣି 

ବନ୍ଧୁ ହେବତ ଏମିତି ସ୍ନେହ ପରଶର ବୃଷ୍ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action