ନଈବାଲି
ନଈବାଲି
ବହିଯାଏ ପାଣି ନଈର ବକ୍ଷରେ
ପଡିରହେ ନଈ ବାଲି
ଅଟକି ରହେନା ସମୟର ସ୍ରୋତ
ସ୍ମୃତି ରହେ ମନେ ଖାଲି ।
ଖାଏ ଦୁଇ କୁଳ ବନ୍ୟାର ପ୍ଲାବନ
ଉଛୁଳେ ବରଷା ପାଣି
ଗ୍ରୀଷମ ତାପରେ ଶୁଖିଯାଏ ନଈ
ଦିଶେ ବାଲି ତାର ପୁଣି ।
କରମ ଜଞ୍ଜାଳେ ମୋହ ମାୟା ଜଳେ
ହୁଅଇ ଆବେଶ ମନ
ନୀରବେ ଏକାକୀ ଜାଗି ଉଠେ ସ୍ମୃତି
ମନକୁ କରେ ଆଚ୍ଛନ୍ନ ।
ସ୍ମୃତି ବାଲିଘର ଭାଙ୍ଗଇ ଗଢଇ
ଜୀବନ ତ ନୀଳ ନଈ
ମଧୁର ସୁନ୍ଦରେ ହସାଇ କୁଳକୁ
ସ୍ୱଚ୍ଛନ୍ଦେ ଯାଅଇ ବହି ।
ବସିକି ଖାଇଲେ ସରେ ନଈବାଲି
କଥାକୁ କହନ୍ତି ଜନ
ସ୍ୱପ୍ନର ମହଲ ସଜାଏ ଯତନେ
ଗୋଟିଗୋଟି ବାଲି କଣ ।
ରାଜ ସଇରାତ ରୂପେ ନଈବାଲି
ହୁଏ ବିକ୍ରୟ ନିଲାମ
ମାଫିଆ କରଇ ଚୋରୀ ଓ ତସ୍କରୀ
କରଇ ଧନ ଅର୍ଜନ ।
ପ୍ରବହୁ ଜୀବନ ସ୍ୱଚ୍ଛନ୍ଦ ସ୍ୱସ୍ତିକେ
ନଦୀ ଜଳ ରହୁ ସ୍ୱଚ୍ଛ
ନଈ ଚୋରାବାଲି ନିର୍ମାଣ ନକରୁ
ସୃଷ୍ଟିର ବିନାଶ ପଥ ।
