STORYMIRROR

Ajit Kumar Raut

Action

3  

Ajit Kumar Raut

Action

ମୁଠାଏ ଭାତ

ମୁଠାଏ ଭାତ

1 min
235

ଭାତ କଷ୍ଟ ନାହିଁ ଦେଶର ଭିତରେ


ଜନଙ୍କୁ ମିଳେ ଚାଉଳ,


ମୁଠାଏ ଭାତର ଭିକାରୀ ଚିତ୍କାର 


ସରି ଗଲା ହିଁ ସକାଳ।୧।


କାର୍ଡ ବନିଅଛି ସମସ୍ତଙ୍କ ଗୃହେ


ମିଳୁଛି ମାସେ ଚାଉଳ,


ତାସଙ୍ଗକୁ ମିଳେ ଗହମ ତାହାଙ୍କୁ


ଆବଶ୍ୟକତା ସକାଳ।୨।।


କିରାସିନି ସଙ୍ଗେ ଚିନି ମିଳୁଅଛି


ସମସ୍ୟା ହୋଇଛି ଦୂର,


ମୁଠାଏ ଭାତର ଦୁଃଖ ଚାଲି ଗଲା


ଅନ୍ନକଷ୍ଟ ହେଲା ଦୂର।୩।


ମୁଠାଏ ଭାତର ଆବଶ୍ୟକ ନାହିଁ


ଭିକ୍ଷାର ସମସ୍ୟା ଗଲା,


ରାମ ରାଜ୍ୟ ପରି ଶାସନ ଚାଲିଛି


ନିଅଁଟ କାର ନହିଁଲା।୪।


ସବୁ ସୁବିଧାରେ ପରିପୂର୍ଣ୍ଣ ଦେଶ


ନୂଆ ଇତିହାସ ହେଲା,


ନିସ୍ବାର୍ଥର ଭାବ ଜନଙ୍କ କଲ୍ୟାଣ


ଅପୂର୍ବ ଗୌରବ ଦେଲା।୫।


ମୁଠାଏ ଭାତର ଆବଶ୍ୟକ ନାହିଁ


ଅଭାବ ନାହିଁଟି କାର,


କର୍ମଯୋଗୀ ହୋଇ କର୍ମ କରୁଛନ୍ତି


ଭିକ୍ଷା କଷ୍ଟ ହେଲା ଦୂର।୬।


ଗର୍ବିତ କରୁଛି ନୂଆ କଳେବର


ପ୍ରଭୁ ଆଶୀର୍ବାଦ ଏହି,


ପରି ପୂର୍ଣ୍ଣ ଆଜି ଦେଶର ଭଣ୍ଡାର


ଲକ୍ଷ୍ମୀପୂର୍ଣ୍ଣା ଦେଶ ଏହି।୭।


ଭାତ ଭାତ ଆଉ ଚିତ୍କାର ନାହିହିଁ


ଗାଁଆ ଗହଳିରେ ଏବେ,


ଭିକ୍ଷା କୁପ୍ରର୍ଥାର ସମୟ ସରିଲା


ଆତ୍ମନିର୍ଭରଟି ଏବେ।୮।


ଚତୁର୍ଦୀଗେ ଆଜି ଖୁସିର ଲହରୀ


କର୍ମଯୋଗୀ ହେଲେ ସର୍ବୈ,


ନିସ୍ବାର୍ଥର କର୍ମ ଜଡ଼ିତ ହୋଇଲା


ଅଭାବ ନାହିହିଁ ଏବେ।୯।


ଭାତ କଷ୍ଟ ନାହିଁ ଦେଶର ଭିତରେ


ଜନଙ୍କୁ ମିଳେ ଚାଉଳ,


ମୁଠାଏ ଭାତର ଭିକାରୀ ଚିତ୍କାର 


ସରି ଗଲା ହିଁ ସକାଳ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action