STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

ଉଦାହରଣ

ଉଦାହରଣ

1 min
174

        

ପ୍ରତିଟି ଜୀବନ ହୋଇ ପାରେ ଏକ 

ଜୀଇଁବାର ଶୈଳୀ କିନ୍ତୁ 

ପୃଥକ୍ ପୃଥକ୍ ଜଣେ ଅନ୍ୟଠାରୁ ଭିନ୍ନ, 

ରୂପରେ ରଙ୍ଗରେ ରୁଚିରେ 

ଆଚରଣ ଉଚ୍ଚାରଣ ସ୍ଵଭାବରେ 

ଦେଖିବାକୁ ମିଳେ ବହୁ ତାରତମ୍ୟ। 

ବୁଝାଇ ଦେବା ସହଜ ହୁଏ କାହାକୁ 

ଦେଇ ନାନା ପ୍ରକାରର ଉଦାହରଣ 

ଇତିହାସ ପୁରାଣ କଥାବସ୍ତୁରୁ 

ଅବା ଅଭିଜ୍ଞତା ଅନୁଭବରୁ 

ମାତ୍ର ଜୀବନଟା ନୁହେଁ ଏକ ଜଡ ବସ୍ତୁ  

ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ ଆସେ 

ଚଲାପଥେ କେତେ ମୋଡ 

ସମ୍ମୁଖୀନ ହେଉଥିବା ସମସ୍ୟା ସବୁ 

ସମାଧାନ କରିବାକୁ ଉଦାହରଣ 

ସବୁବେଳେ ହୁଏ ନାହିଁ ଯଥେଷ୍ଟ।

ଉଦାହରଣ ଦେଖି ବୁଝି 

ସମାଧାନ କରି ହୁଏ ଜଟିଳ ଗଣିତ 

ପର୍ଯ୍ୟବେକ୍ଷଣ କରି ଜାଣି ହୁଏ ବିଜ୍ଞାନ, 

ଜୀବନ ଧାରା ଏକ ସ୍ଵତନ୍ତ୍ର ଉତ୍ସ 

ଆବେଗତା ପ୍ରବଣତାର ପ୍ରତିବନ୍ଧକ 

ରୋକି ପାରେନା ତାର ଗତି ବେଗ 

ସେ ସ୍ଵତ୍ତଃପ୍ରବୃତ ଗତିଶୀଳ। 

ଉଦାହରଣ ଏକ ସୂଚନା ଏକ ପ୍ରତୀକ 

ତାର ଆଧାରରେ ପ୍ରସ୍ତୁତ କରି ହୁଏ ନକ୍ସା 

ବାସ୍ତବରେ ତାର କଳା ସ୍ଥାପତ୍ୟ 

ବିନ୍ଧାଣୀ ଅବା କାରିଗରର 

ଦକ୍ଷତା ଅଭିଜ୍ଞତା ଉପରେ ନିର୍ଭରଶୀଳ, 

ମଣିଷର ମନ ବୁଦ୍ଧି ବିବେକ ଜ୍ଞାନ 

ଆତ୍ମାର ସଂସ୍କାର ପ୍ରାରବ୍ଧ 

ସେହି ବାଟକୁ ନେଇ ଯାଏ ଯାହା ଅଦୃଷ୍ଟ। 

ସଂଯମତା ପାଳିବା ସଚେତନ ହେବା ପାଇଁ 

ଉଦାହରଣ ଦିଏ ଉତ୍ସାହ ପ୍ରେରଣା 

ଯାହାର ଆବଶ୍ୟକତା ଅଛି ବହୁତ,

ଉବଲବ୍ଧି କରି ଅନୁଭବ କଲେ 

ଗତିପଥ ବଦଳାଇବାକୁ ଯୋଗାଏ ଇନ୍ଧନ 

ନିଜ ପ୍ରକାଶ ବିକାଶରେ କରାଏ ସାର୍ଥକ। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action