STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ସୈନିକ ଓ ଦୀପାବଳୀ

ସୈନିକ ଓ ଦୀପାବଳୀ

1 min
206


ଦୀପ କହେ... ଆଜି ସୈନିକ ରୂପେ

ସୈନିକ କହେ... ଆଜି ଦୀପ ରୂପେ

ଜଳିବାକୁ ଦିଅ ମୋତେ ଅଗ୍ନିରେ ଲହୁରେ

କେବେ ସୀମାରେ କେବେ ଅନ୍ତଃରେ

ମୋ' ଜ୍ୱାଳାରେ ତୁମେ ଆଜି ଆଲୋକିତ

ତୁମ ଓଠରେ ହସ ଦେଖି ମୁଁ ହର୍ଷିତ, 


ସୈନିକ କହେ ଏହା ମୋର କର୍ତ୍ତବ୍ଯ

ଯିଏ ଯେତେ ଅପରାଧ କରୁ ଧର୍ତ୍ତବ୍ୟ

ଖାଇବାକୁ ଦିଅ ମୋତେ ଗୁଳି ବାରୁଦ

ମୋ' କ୍ଷତବିକ୍ଷତ ଶରୀର ତ ମାଟିପାଇଁ

ବୀର ଦର୍ପେ ମୁଁ ଲଢିବି ଦୀପପରି ଜଳି

ଏ ଦେଶର ଆଲୋକ-ଉତ୍କର୍ଷ ପାଇଁ, 


ତୁମେ ମନଭରି ଜୀବନ ବିତାଅ ଦେଶେ

ଦୀପାବଳୀ ଉତ୍ସବ ତୁମେ ବି ପାଳୁଛ

ସୀମାରେ ବାରୁଦେ ଆମ ର ବି ଉତ୍ସବ

ତୁମର ପ୍ରତିକ୍ଷଣ ର ଦାୟିତ୍ୱ ଆମର 

ଥରେ ତୁମେ ବି ଜଳିବାର ନିଅ ଆନନ୍ଦ

ଭିତରର ଲାଞ୍ଚ ଲୋଭ ନାମକ ଦ୍ରୋହୀକୁ

ନଷ୍ଟ କରିଦିଅ ଦେଶକୁ ଭଲପାଅ ସତ୍ଯରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract