STORYMIRROR

Ajit Kumar Raut

Action Classics

3  

Ajit Kumar Raut

Action Classics

କର୍ତ୍ତବ୍ୟର ରେ ବନ୍ଧା ସବୁ

କର୍ତ୍ତବ୍ୟର ରେ ବନ୍ଧା ସବୁ

1 min
158


କର୍ତ୍ତବ୍ୟ ପଥରେ ଜଡ଼ିତ ରହନ୍ତି

ରାଜା ହେଉ ଅବା ପ୍ରଜା,

ରାଜାଙ୍କ କର୍ତ୍ତବ୍ୟ ଜନତା ସେବା ହିଁ

ତତ୍ପର ରହନ୍ତି ରାଜା।୧।


କିପରି ହୋଇବ ରାଜ୍ୟର ଉନ୍ନତି

ଉନ୍ନତି କରିବେ ପ୍ରଜା,

ଶକ୍ତିଶାଳୀ ହେବେ ସୈନିକ ତାଙ୍କର

ଶକ୍ତିଶାଳୀ ହେବେ ପ୍ରଜା।୨।


ମନ୍ତ୍ରଣା କରନ୍ତି ଦରବାରୀ ସଙ୍ଗେ

ସଙ୍କଟର କାଳେ ନିତି,

ସୁରକ୍ଷିତ ହେବେ ରାଜ୍ୟର ଜନତା

ମନ୍ତ୍ରଣା କରନ୍ତି ନୀତି।୩।


ନୀରୋଗ ରହିବେ ଜନତା କିପରି

ରାଜା କରୁଥାନ୍ତି ଚିନ୍ତା

ଆବଶ୍ୟକ ତାଙ୍କ ପୂରଣ କରନ୍ତି

ନ ରହୁ ପ୍ରଜାଙ୍କ ଚିନ୍ତା ।୪।


ଜଡ଼ିତ ହୋଇଣ କର୍ତ୍ତବ୍ୟ ବନ୍ଧନେ

ରାଜା କରୁଥାନ୍ତି କାର୍ଯ୍ୟ,

ଚିଳେ ମାତ୍ର ଚିନ୍ତା କର୍ମପଥେ ନାହିଁ

କରନ୍ତି ଆଦର୍ଶ କାର୍ଯ୍ୟ।୫।


ପ୍ରଜାଙ୍କ ଗୁହାରି ନିତ୍ୟେ ଶୁଣୁଥାନ୍ତି

କରୁଥାନ୍ତି ପ୍ରତିକାର,

ପ୍ରଜାଙ୍କର ସେବା ଜୀବନର ମନ୍ତ୍ର

କରୁଥାନ୍ତି ନିତି ଦୂର।୬।


ଜ୍ଞାନବନ୍ତ ରାଜା ଜ୍ଞାନରେ ନିପୁଣ

ଧର୍ମପରାୟଣ ସେହୁ,

ପ୍ରଜାଙ୍କ ଦୁଃଖରେ ଦୁଃଖିତ ହୁଅନ୍ତି

ସତ୍ୟପଥ ଗମୀ ସେହୁ।୭।


ଚକ୍ରବର୍ତ୍ତୀ ରାଜା ମହାରାଜା ସେହୁ

ଯୁଗେ ଯୁଗେ ଇତିହାସ,

ରାଜା ହରିଷଚନ୍ଦ୍ର କର୍ତ୍ତବ୍ୟେ ଜଡ଼ିତ

ରାଜ୍ୟତ୍ୟାଗ ଇତିହାସ।୮।


କର୍ମପଥୁ ସେହୁ ନ ଯାଇ ଦୂରେଇ

ସତ୍ୟପଥେ ଗତି କଲେ,

ରଖି ଗଲେ ନାମ ରାଜ୍ୟର କର୍ତ୍ତବ୍ୟେ

ସୂର୍ଯ୍ୟବଂଶୀ ରାଜା ନାମେ ।୯।


କର୍ତ୍ତବ୍ୟ ପଥରେ ଜଡ଼ିତ ରହନ୍ତି

ରାଜା ହେଉ ଅବା ପ୍ରଜା,

ରାଜାଙ୍କ କର୍ତ୍ତବ୍ୟ ଜନତା ସେବା ହିଁ

ତତ୍ପର ରହନ୍ତି ରାଜା ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action