STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଏତେ ସବୁ କୁହୁକ ,,,,,,,,,,,,,,,,,,,,,,,,,,

ଏତେ ସବୁ କୁହୁକ ,,,,,,,,,,,,,,,,,,,,,,,,,,

1 min
352


କିଏ ଭରିଦେଲା ସମୁଦ୍ରରେ ଢେଉ 

କୋଇଲି କଣ୍ଠରେ କୁହୁ 

ମହୁମାଛି ଘରାରେ ମହୁ 

ପବନଟା ସୁଉ ସୁଉ 

ଚିଲିକାରେ ପାଣି ହେଲା ଏତେ ଲୁଣି 

ସାଧବ ବୋହୁର ନାଲିଆ ପାଟ ପୁଣି 

କାଇଁଚ ଫଳରେ ନାଲି ରଙ୍ଗର ରଙ୍ଗୋଲି 

ଇନ୍ଦ୍ରଧନୁରେ ସାତରଙ୍ଗେ ଫୁଲ ଫୁଲି 

କଳା ରଙ୍ଗେ ଆଖି ଦିଶେ ଦାଉ ଦାଉ 

କଉଡ଼ି ବିଞ୍ଚି ମରଣ ଅନ୍ତେ ବାଟେ ଯାଉ ଯାଉ 

ଲାଗେ ଏ ଜୀଵନ କୁହୁକ କିଏ କଳାକାର ସେହୁ 

କୁକୁର କହୁଛି ଭୁଉ ଭୁଉ 

ବିଲେଇ କହୁଛି ମ୍ୟାଉଁ ମ୍ୟାଉଁ 

ବାଛୁରୀ ହମ୍ବା ରଡ଼ି ଶୁଣି ଗାଇ ହାଉ ହାଉ 

ଶିଶୁର ହାତକୁ ଜହ୍ନ ତୋଳିଦେଇ 

ମାଆ କହେ ମୋ ଧନ ଶୋଇ ଯାଉ 

କିଏସେ ଭରିଛି ଏତେ ଯେ କୁହୁକ 

ନିଶ୍ଚୟ ସେ ମହାବାହୁ 

ଚକା ଚକା ଦୁଇ ଆଖି 

କଳିବ କିଏ ସେ ସଖି 

ଦିନରେ ସୂର୍ଯ୍ୟ ରାତିରେ ଜହ୍ନ 

ଯେମିତିକା ଦାଉ ଦାଉ 

ଗୋଟେ ଆଖି ମୋହ ଗୋଟେ ଆଖି ମାୟା 

ଏହି ଦୁନିଆଁର ଭାଉ 

ମିଛର ଦାଉ ସତର ଲହୁ 

କିଏ ନଜାଣେ କାହ୍ନୁଙ୍କ ଦାଉ 

ଯଶୋଦା ମାଆଙ୍କୁ ବିଶ୍ୱରୂପ ଦେଖାଇ 

ରାଧା ନାମେ ବିଶ୍ୱପ୍ରେମ ଶିଖାଇ 

କଳା କାହ୍ନୁ ଥାଉ ଥାଉ 

ବଇଁଶୀ ଫୁଙ୍କିବ କିଏସେ ଆଉ

ଝରୁଥାଉ ନୂଆ ସକାଳେ ମହୁ 

ହରିନାମ ଗାଉ ଗାଉ ଏ ଜୀଵନ ଯାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract