ଏତେ ସବୁ କୁହୁକ ,,,,,,,,,,,,,,,,,,,,,,,,,,
ଏତେ ସବୁ କୁହୁକ ,,,,,,,,,,,,,,,,,,,,,,,,,,
କିଏ ଭରିଦେଲା ସମୁଦ୍ରରେ ଢେଉ
କୋଇଲି କଣ୍ଠରେ କୁହୁ
ମହୁମାଛି ଘରାରେ ମହୁ
ପବନଟା ସୁଉ ସୁଉ
ଚିଲିକାରେ ପାଣି ହେଲା ଏତେ ଲୁଣି
ସାଧବ ବୋହୁର ନାଲିଆ ପାଟ ପୁଣି
କାଇଁଚ ଫଳରେ ନାଲି ରଙ୍ଗର ରଙ୍ଗୋଲି
ଇନ୍ଦ୍ରଧନୁରେ ସାତରଙ୍ଗେ ଫୁଲ ଫୁଲି
କଳା ରଙ୍ଗେ ଆଖି ଦିଶେ ଦାଉ ଦାଉ
କଉଡ଼ି ବିଞ୍ଚି ମରଣ ଅନ୍ତେ ବାଟେ ଯାଉ ଯାଉ
ଲାଗେ ଏ ଜୀଵନ କୁହୁକ କିଏ କଳାକାର ସେହୁ
କୁକୁର କହୁଛି ଭୁଉ ଭୁଉ
ବିଲେଇ କହୁଛି ମ୍ୟାଉଁ ମ୍ୟାଉଁ
ବାଛୁରୀ ହମ୍ବା ରଡ଼ି ଶୁଣି ଗାଇ ହାଉ ହାଉ
ଶିଶୁର ହାତକୁ ଜହ୍ନ ତୋଳିଦେଇ
ମାଆ କହେ ମୋ ଧନ ଶୋଇ ଯାଉ
କିଏସେ ଭରିଛି ଏତେ ଯେ କୁହୁକ
ନିଶ୍ଚୟ ସେ ମହାବାହୁ
ଚକା ଚକା ଦୁଇ ଆଖି
କଳିବ କିଏ ସେ ସଖି
ଦିନରେ ସୂର୍ଯ୍ୟ ରାତିରେ ଜହ୍ନ
ଯେମିତିକା ଦାଉ ଦାଉ
ଗୋଟେ ଆଖି ମୋହ ଗୋଟେ ଆଖି ମାୟା
ଏହି ଦୁନିଆଁର ଭାଉ
ମିଛର ଦାଉ ସତର ଲହୁ
କିଏ ନଜାଣେ କାହ୍ନୁଙ୍କ ଦାଉ
ଯଶୋଦା ମାଆଙ୍କୁ ବିଶ୍ୱରୂପ ଦେଖାଇ
ରାଧା ନାମେ ବିଶ୍ୱପ୍ରେମ ଶିଖାଇ
କଳା କାହ୍ନୁ ଥାଉ ଥାଉ
ବଇଁଶୀ ଫୁଙ୍କିବ କିଏସେ ଆଉ
ଝରୁଥାଉ ନୂଆ ସକାଳେ ମହୁ
ହରିନାମ ଗାଉ ଗାଉ ଏ ଜୀଵନ ଯାଉ
