STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅନୁତାପ

ଅନୁତାପ

1 min
422


ଉତ୍ତମ କର୍ମର   ଉତ୍ତମ ବେଭାର 

      କର୍ତ୍ତା ପାଏ କେଡେ ଶାନ୍ତି 

ଅପକର୍ମ କରି  ନିନ୍ଦା ଅରଜିଲେ 

      ଘୋଟି ଆସଇ ଅଶାନ୍ତି।

ନିଜ ପାଇଁ ଯିଏ   ଅନୁତାପ କରି 

      ନିଜକୁ ସୁଧାରି ନିଏ 

ସମୟ ରେ ଜିଣେ   ସବୁରି ଅନ୍ତର 

      ଦୁଃଖ ଶୋକ ହଟି ଯାଏ।

ଅନୁତାପ ଏକ    ମହତ ଗୁଣ ଯେ 

      ପାପ କରେ ପ୍ରକ୍ଷାଳନ 

ଅନୁତାପ ବାରି    ନୟନୁଁ ଝରିଲେ 

       ଶୁଦ୍ଧ ହୋଇ ଯାଏ ମନ।

ବିଧାତା ବିଧାନ   ମାନିବାକୁ ହେବ 

       ମନ୍ଦ ହୁଏ ପ୍ରାୟଶ୍ଚିତ 

ଅନୁତାପ ନିଏ    ବାଟକୁ କଢେଇ 

       ଅକ୍ଷରେ ଅକ୍ଷରେ ସତ।

ଭୁଲ ବୁଝାମଣା   ହିଂସା ଆଚରଣେ 

       ଦେଶେ ଦେଶେ ହୁଏ ଯୁଦ୍ଧ 

କେତେ ଯେ ଜୀବନ  ଅକାଳେ ଝଡ଼ନ୍ତି 

       ମଣିଷ ପଣିଆ ବଧ।

ସମ୍ପତ୍ତି ନିମନ୍ତେ   ଧ୍ଵଂସ ପାଇ ଯାଏ 

       ପରିବାର ଆଭିଜାତ୍ୟ

ଅନୁତାପ କରି   ସଜାଡି ଦେବାକୁ 

      ସରବେ ହୁଅନ୍ତି ହତ।

ଦୈହିକ ପ୍ରେମ ରେ   କେତେ କଥା ଘଟେ 

       କେତେ କାହାଣୀ ରଚନା 

ସୁଖୀ ପରିବାର   ମୁହୂର୍ତ୍ତକେ ପରା 

        ହୋଇଯାଇ ଅଛି ଚୁନା।

ଭାବିଲା ବେଳକୁ  କିଛି ତ ନ ଥାଏ 

      ଥାଏ ଏକା ଅନୁତାପ 

ରିକ୍ତ ଅବଶେଷ   ପୂରଣ ପାଇଁକି 

      ହୃଦୟେ କରିବା ତପ।

ସବୁ ବୟସର   ସବୁରି ବର୍ଗର 

      ଆୟୁଧ ହେଉଛି ଏହା 

ଅନୁତାପ କରି   ସୁଧାର ଆଣିବା 

      ପ୍ରମାଣ ରହିଛି ଯାହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action