STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ବୁଝ ସିନା

ତୁମେ ବୁଝ ସିନା

1 min
252


ତୁମେ ବୁଝ ସିନା   ମୋ ଅନ୍ତର କଥା

       ତୁମ ପାଖେ ଖୋଲି କହେ

ଆଖିରୁ ଦି ଟୋପା   ଲୁହ ଗଡାଇଲେ 

      ଜୀବନ ନଉକା ବାହେ।

ଟୁମେହି ନାବିକ    ପଥ ପ୍ରଦର୍ଶକ

      ବିପଦ ଆପଦ ସଖା

ତୁମରି ଇଙ୍ଗିତେ  ସବୁ ହିଁ ସମ୍ଭବ

      କେବେ ଯେ ମିଳିବ ଦେଖା।

ଗୋଟି ଗୋଟି ହୋଇ   ଅନେକ ଜନମ 

      ବିତି ଗଲା ଧରା ପରେ

ତଥାପି ସାହସ    ହରାଇ ନାହିଁ ମୁଁ

     ଭେଟିବି ତୁମ କତିରେ।

ଏତିକି ସୁଦୟା   ହେଉ ମହାବାହୁ

      ମନ ରହୁ ଶ୍ରୀ ଚରଣ

ପ୍ରତିଟି ଦିନର   ପ୍ରତିଟି କରମ

     କରୁଅଛି ସମର୍ପଣ।

ଏହି ମୋର ଭକ୍ତି   ଏହି ମୋ ପ୍ରାର୍ଥନା

      ଘେନା କରିବେ ମଣିମା

ତୁମ ପରି ପ୍ରଭୁ   ନାହିଁ ଏ ଜଗତେ

      କରୁଣା ନ କର ଉଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action