ଶ୍ରମିକ ଭାଇରେ ଶ୍ରମିକ ଭାଇ *
ଶ୍ରମିକ ଭାଇରେ ଶ୍ରମିକ ଭାଇ *
ନାଁଟି ମୋର କଲମ...
ନାଁଟି ମୋର କଲମ...
ଏମିତି କଲମ ମୋର,
ମୁଁ ତ ଅତି ଧାରୁଆର,
ମୁଁ ବିଦ୍ରୋହ ସୂତ୍ରଧର,
କଲମରେ କରେ ମୁଁ ଶାସନ,
ଭଲ ଲେଖି କରାଏ ଅମୃତ ପାନ,
ନ ହେଲେ ହେବ ଅଙ୍ଗାର ସମାନ,
ନାଁଟି ମୋର କଲମ
ନାଁଟି ମୋର କଲମ, ମୋ ସମ ଅଛି କେ ଆନ?
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଆଜି ଲେଖୁଛି ତୋର ବିଷୟ ନେଇ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଜୀବନର ପଥ ଜଟିଳ ଅଟଇ,
କେତେ କଷ୍ଟେ ତ ଚାଲିବାକୁ ହୁଏ ବନ୍ଧୁ
କେବେ ହସି ହସି ଦିନ ଯାଏ ବିତି,
ପୁଣି କେବେ କାନ୍ଦୁ କାନ୍ଦୁ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଆଶାର ଉଚ୍ଚତା ଅସୁମାରୀ,
ରହିଯାଏ ସବୁ ଅଧା, ଆୟୁ ଆସେ ସରି,
ରହିଯାଏ ହୋଇ କିଛି ଅଧା,
ଦୂର ହୁଏନା କେବେ କ୍ଷୁଧା ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ପୁଂଜିପତିର କଥାରେ ଯାଇ
ମରିଚିକା ପଛେ ଧାଇଁ ଧାଇଁ,
ତୋର ନିଶା ସରି ଆସଇ,
ଶେଷେ କ୍ଷୁଧା ମେଣ୍ଟି ନପାରଇ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ନିଜର ଶ୍ରମ କୁ ଖଟାଇ,
ମୁଣ୍ଡ ଝାଳ ତୁଣ୍ଡେ ଦେଇ,
ଟାଙ୍ଗରା ଭୂଇଁରେ ପଦ୍ମ ଫୁଟାଉ
ସୁନ୍ଦର ସୃଷ୍ଟିଟିଏ କରି ଥାଉ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
କଅଣ ବର୍ଣ୍ନିବି ତୁମ କଥା ଭାଇ,
ତୋ ପାଇଁ ଏ ବଡ଼ ସହର,
ଅଟ୍ଟାଳିକାରେ ଦିଶେ ସୁନ୍ଦର,
ସେ ପାଇଁ ହସେ ଧରିତ୍ରୀ ଆମର ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଜଗତର ସବୁ ସୃଷ୍ଟି ତୁମ ଦ୍ୱାରା ହୋଇ,
ସବୁ ତ ତୁମରି କାରିଗରୀ,
ରୋଟି ଖାଉଛ ତୁମେ ମେହେନତ କରି
ଭାବୁ କିଛି ମେହେନତ ତୁମ ମଜଵୁରି ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ମେହେନତ ମଜଦୁରି ନୁହେଁ ଭାଇ,
ଦେଶର ସରବ ହୁଏ ତୁମ ହାତେ,
ସୁନ୍ଦର ଦିଶେ ଏହି ଧରାଟି
ତୁମରି ଯୋଗୁଁ ସତେ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ବହୁ ସଂଘର୍ଷ ପରେ ଶ୍ରମିକ ଭାଇ,
ଅଠର ଶତ ଛୟାଶିରେ
ମେ ଏକ ତାରିଖରେ, ଆଠଘଣ୍ଟା ମଜୁରିରେ,
ନିର୍ଦ୍ଧାରିତ ହେଲା ମଜୁରିଆ ସଙ୍ଘ
ଇତିହାସର ପୃଷ୍ଠାରେ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଶୁଣାଏ ସତ କଥା ତୁମକୁ ଭାଇ,
ମଣିଷର ଦେହ, ରକ୍ତ ମାଂସ ଓ
ଅସ୍ତିରେ ହୋଇଛି ଗଠିତ
ପ୍ରାଣ ଥାଇ ଏଇ ଜୀବନ,
ତାହା ସର୍ବଦା ସଂଗ୍ରାମର ପଥ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ସୃଷ୍ଟି ପ୍ରାରମ୍ଭରୁ ହେ ମୋର ଭାଇ,
ମୁଣ୍ଡ ଝାଳ ତୁଣ୍ଡେ ମାରି ଚଳେ ଏହି ନର
ମନ ବିବେକର ସଙ୍ଗମରେ ମାଂସ ଅସ୍ତିରେ,
ଶ୍ରମ ପ୍ରତି ଭକ୍ତି ଶ୍ରମିକର
ଶରୀର ପାଇଁ ଶ୍ରମ ଉଦ୍ଦିଷ୍ଟ,
ଯାର ବିନା ହୁଏ ନିସ୍ତେଜ ଶରୀର
ଶ୍ରମରୁ ପାରିଶ୍ରମିକ,
ଶ୍ରମ ମାର୍ଗଦର୍ଶକ ତ ଜୀବନ ଜୀବିକାର ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ସୃଷ୍ଟି ପ୍ରାରମ୍ଭରୁ ହେ ମୋର ଭାଇ,
ସୁକର୍ମ ପାଇଁ ମନ ଧ୍ୟାନ ଦେଇ,
କରୁଥିଲେ କାମ ପରା ଶ୍ରମ ଦେଇ
ସଫଳତା ମିଳେନା ଯେତେ କର ଶ୍ରମ,
ଯାହା ଦ୍ୱାରା ଯେତେ କଷ୍ଟ ହୁଏନା ଉପଶମ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ପରିଶ୍ରମ ଫଳ ପ୍ରାପ୍ତେ ଆନନ୍ଦ ଆସଇ,
ଶ୍ରମିକକୁ ଆସଇ ଯେଉଁ ମହା ଆନନ୍ଦ,
ଝରେ ପ୍ରାଣେ ସର୍ବଦା ପ୍ରୀତି ଓ ଶାନ୍ତିର ମକରନ୍ଦ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଶ୍ରମ ତୋର ଧର୍ମ, ସମସ୍ତେ ଜାଣଇ,
ଶ୍ରମ ତୋର ଶକ୍ତି, ଶ୍ରମ ଅଟେ ତାର ମହାମନ୍ତ୍ର
କର୍ମ ବିନା ନାହିଁ ସୁଖ ଶାନ୍ତି, ସ୍ୱଧର୍ମ ଶ୍ରମ ସ୍ୱତନ୍ତ୍ର ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଶ୍ରମ କରି ଶ୍ରମିକ ସତ୍ୟ ପଥେ ଜିଇଥାଇ,
ସଦା ସର୍ବଦା ଜୀବନେ କରି ହେଉ ଧନ୍ୟ,
ପୁଂଜିପତି ଶୋଷିଣ ଶ୍ରମ, କୁକର୍ମ କରି ହୁଏ ଘୃଣ୍ୟ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ପୁଂଜିପତିର ଶାସନେ ଶୋଷଣ ରହିଥାଇ,
ସର୍ବଦା ଶୋଷଣ ଅତ୍ୟାତାରର ଗନ୍ଧ
ଖୋଜିଲେ ବି ମିଳେ ନାହିଁ ସତ୍ୟର ଛନ୍ଦ,
ସେ ତ ସ୍ୱାର୍ଥରେ ଅନ୍ଧ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ମୁଁ ଶବ୍ଦରେ ତୋର ବିଶ୍ୱାସ ନାହିଁ,
ମୁଁ ଶବ୍ଦରେ ପୁଂଜିପତିର ଆତ୍ମ ଗର୍ବ ଥାଏ,
ନିଜକୁ ସଦା ବଡ ବୋଲି ଭାବୁଥାଏ,
ସେ ବିକଟାଳ ରୂପ, ଶ୍ରମିକ ପାଇଁ ତ କାଳ ହୁଏ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
କାହାରି କଥା କୁ ମାନେ ନାହିଁ ସିଏ,
କାହା କଥା ଶୁଣି ନଥାଏ ସିଏ,
କାହାରି ବୋଲରେ ଚାଲେ ନାହିଁ ସିଏ,
କାହା କଥା ବୁଝେ ନାହିଁ ସିଏ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
କାଣୀ ଗାଈର ତ ଭିନ୍ନେ ଗୋଠ ହିଁ,
ଏ ବୋଲି ପୂର୍ବରୁ କଥା ତ ଅଛି ରହି,
ସ୍ବାର୍ଥ ଲାଗି ସେତ କାଣୀ ଗାଈ ପରି,
ଭିନ୍ନ ଗୋଷ୍ଠୀଟେ କରଇ ତିଆରି ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଏହାତ କାର୍ଲମାକ୍ସର ବାଣୀ ଲେଖା ଅଛି ରହି,
ନିଦାଘର ରୌଦ୍ର ତାପରେ ଶ୍ରମିକର ତୁଟିବ ବିଶ୍ୱାସ
ଚୁପ ଚାପ୍ ଶୋଇଛି ଆକାଂକ୍ଷା ମାନ ଫାଟି
ମାଟି କମ୍ପିବ ଆକାଶ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀରେ, ଚିତ୍ତନ ରହି,
ଜୀର୍ଣ୍ଣ ଦୁଆରେ ବସି,
ଡାକେ ଶ୍ରମିକ ଶ୍ରମ ମନ୍ତ୍ର ସାଧନେ
ଜାଗ୍ରତ ହୁଅ ଆସି ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଉଠ ଶ୍ରମିକ, ଛିଡ଼ୁ ଶୃଙ୍ଖଳ,
ଜାଗ ଶ୍ରମିକ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ,
ମୃତ ଗୌରବ ରାଜି ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଏହି କଥା ଶୁଣାଉଛି ମୁହିଁ
ଶ୍ରମିକ ଜାଗିଲେ ପୁଂଜିପତିର ମାନ,
ସବୁ ହେବ ଶେଷ,
ଗରବ ବି ହେବ ଶେଷ
ଜୁଇ ଜଳୁଥିବ ହରି ବୋଲ ଥିବ
ଅସ୍ଥି ଖଣ୍ଡେ ତାର ଅବଶେଷ ।
ଶ୍ରମିକ ଭାଇରେ ଶ୍ରମିକ ଭାଇ,
ଏହି କଥା କହୁଛି ମୁହିଁ
ତତଲା ଅବିଶ୍ବାସ ର ହାହାକାର ରେ
ଶାସନ ତନ୍ତ୍ର ଓଲଟ ପାଲଟ ହେଇଯିବ ରେ,
ଯୁଗେ ଯୁଗେ ଶ୍ରମିକର ବିଜୟ ହୋଇଛି,
ଧୃବ ସତ୍ୟ, ନିଶ୍ଚୟ ବିଜୟ ହେବ ।
