STORYMIRROR

subrat kumar jena

Action

3  

subrat kumar jena

Action

ସବୁଠି ଶୁଭେ

ସବୁଠି ଶୁଭେ

1 min
358


ସବୁଠି ଶୁଭେ ସେଇ ସ୍ୱର,

ଅନେକ ଦିନ ପରେ ପରେ,

ତୁମେ ଜିବାର କେତେଦିନ ନାହିଁ ମନେ,

ସେଦିନରୁ ମୁଁ ସେମିତି ଏକଲା,

ତୁମେ ଗଲ ଯେ ଗଲ ,

ଆଖି ରହିଗଲା ତୁମର ଲେଉଟାଣିକୁ ଚାହିଁ,

ହେଲେ ତୁମେତ !


ଜଣା ନଥିଲା ବିଶ୍ୱାସ ଉପରେ ,

ଏମିତି ଆସିବ ଅବିଶ୍ୱାସର ପ୍ରଶ୍ନବାଚୀ,

ତୁହାକୁ ତୁହା ଏସିଡ ର ବର୍ଷା ହୋଇଥିଲା,

ସଜ ସଜ କଅଁଳ ପତ୍ର ଗୁଡାକ ମୂର୍ଚ୍ଛା ଯାଇଥିଲେ,

ହୁଏତ ତୁମେ ଫେରିଥିଲେ,

ଜୀବନ ବି ଫେରିଥାନ୍ତା ତୁମ ପଛେ ପଛେ,

ହେଲେ ଏ ସବୁ ରହିଗଲା,

କେବଳ ହଁ ନାହିଁର ଦୋଛକିରେ ।


ସେଦିନ ସେମିତି ହୋଇଥିଲା,

ମା ଚାହିଁ ରହିଥିଲେ କଳା କାହ୍ନୁର,

ସାରା ଗୋପପୁର ,ଗାଈ ଗୋଠ,ଯମୁନାତୀର,

ସମସ୍ତେ ହୋଇଥିଲେ ନିରବ ନିଶ୍ଚଳ,

ତଥାପି ଭାବିଥିଲେ,

ଫେରିବେ ରାଇ ଦାମୋଦର ମାଆର କୋଳକୁ,

ହେଲେ ସେ ଆଶା ଫେରିନଥିଲା କେବେ ଭାଗ୍ୟକୁ ।


ଆଜି କିନ୍ତୁ ସାରା ରାତି ବାହାରେ ବର୍ଷା,

ତଥାପି ମୁଁ ଛଟପଟ ତୁମରି ସ୍ମୃତିକୁ ନେଇ,

କାନରେ ରହି ରହି ଶୁଭେ ତୁମ କଣ୍ଠ ସ୍ୱର,

ହୁଏତ ତୁମେ ଫେରିବ ମୋ ପ୍ରେମର ପରିଧିକୁ ।


Rate this content
Log in

Similar oriya poem from Action