STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଆମ ଲକ୍ଷ୍ୟ ଯଦି ହୁଏ ମହାନ

ଆମ ଲକ୍ଷ୍ୟ ଯଦି ହୁଏ ମହାନ

1 min
293


ଶୁଣ ବାବୁ ପ୍ରିୟ ଧରଣୀଧର

ଆଖୁ କିଆରୀଟା ଶୁଖି ଠୋ ଠା

ମୂଷା ମାଟି ତାଢ଼ ଭିତରେ ଖୋଳ,

ଲେଖୁଛି ପତର ହୋଇ ନିରୂପାୟ

ସୁକର୍ତ୍ତବ୍ୟ ଭାବି ତୁରନ୍ତ କର ।


ମୂଲ୍ୟବାନ ଆମ ଆଖୁ କିଆରୀ

ଅମୃତ ତା ରସ କଣିକା କୈବଲ୍ୟ

ମହାପ୍ରସାଦ ତା ବୈକୁଣ୍ଠ ପୁରୀ,

ସାର୍ଥକ ହୁଅଇ ମାନବ ଜୀବନ

ବଡ଼ଦାଣ୍ଡ ଧୂଳି ମୁଣ୍ଡେ ତା ବୋଳି ।


ଥିଲେ ଥାଉ ମେଘନାଦ ପାଚେରୀ

ସବୁଆଡୁ ବହେ ତତଲା ପବନ

ବିପଦ ଆସୁଛି ଆଗକୁ ମାଡ଼ି,

ଉତ୍ତର ପୂରୁବ ସଙ୍କଟମୋଚକ

ବିଧାନ ଐଶାନୁ ଦିଅ ପ୍ରାରମ୍ଭି ।


ସୁଶୀତଳ ବାମ୍ଫି କର ଖନନ

ସୁରକ୍ଷିତ ରଖ ଖେତ ଚଉପାଶ

ସୁନିଶ୍ଚିତ ହେଉ ପରିକ୍ରମଣ,

ଜଳ ଅମୃତର ଧାରା ପ୍ରବହିଲେ

ଗରଜି ଉଠିବ ଫସଲ ଜାଣ ।


ଗାତୁଆ ମୂଷାଙ୍କ ଭାରି ପ୍ରକୋପ

ପଶିଗଲେ ପାଣି ଅନ୍ଧାର ଗରତେ

ସମୂଳ ବିନାଶ ହୋଇବ ବ°ଶ,

ରୋପି ନୂଆ ଚାରା ଆଖୁ ପବ ଅକ୍ଷ

ଅବକ୍ଷୟ ସ୍ଥାନ କର ପୂରଣ ।


ପତିତପାବନ ଉଡୁ କେତନ

ସାହା ଜଗନ୍ନାଥ କାଳିଆ ସାଆନ୍ତ

ତାଙ୍କ ପାଇଁ ଆମ ଓଡ଼ିଶା ଧନ୍ୟ,

ହେବ ଜାତି ଆମ ଉତ୍କର୍ଷ ଉଜ୍ଜ୍ୱଳ

ଆମ ଲକ୍ଷ୍ୟ ଯଦି ହୁଏ ମହାନ ।


Rate this content
Log in

Similar oriya poem from Action