Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Children

3  

Bharatabandhu Biswal

Action Inspirational Children

ମାନବ କଲ୍ୟାଣ

ମାନବ କଲ୍ୟାଣ

1 min
415



ମାନବ କଲ୍ୟାଣ   ଅଟେ ଶ୍ରେଷ୍ଠ ଧର୍ମ

     ଅହି°ସା ମହାନ ନୀତି

ପାଳନୀୟ ଆମ   ବେଦଶାସ୍ତ୍ର ସତ୍ୟ

      ମହତଜନଙ୍କ ଉକ୍ତି ।


ମାନବ ଜୀବନ    ଅତ୍ୟନ୍ତ ଦୁର୍ଲଭ

    ନୁହେଁ ଉଦ୍ଦେଶ୍ୟ ବିହୀନ

ମିଳେ ସାର୍ଥକତା  ସଦାଚାର ତ୍ୟାଗେ

     ନର ହୁଏ ନାରାୟଣ ।


ସ୍ୱସୁଖ ସାଧନ   ନୁହଁଇ କେବଳ

     ବିଚାରବୋଧ ଉତ୍ତମ

ମୋଚନ କରିଲେ  ଅନ୍ୟ ଦୁଃଖକଷ୍ଟ

     ଜୀବନ ହିଁ ପରିପୂର୍ଣ୍ଣ ।


ଚରିତ୍ର ହେଉଛି   ଅତି ଆବଶ୍ୟକ

     ଶାଶ୍ୱତ ମାନବ ପୁଞ୍ଜି

ଶରୀର ନଶ୍ୱର    କିନ୍ତୁ ଗୁଣାଦର୍ଶ

    ଅରଜେ ଅମର କୀର୍ତ୍ତି ।


ମାନବତା ପ୍ରତି   ସଦା ସମର୍ପିତ

    ନୈତିକ ଗୁଣ ସୁରକ୍ଷା

ଦିଏ ଉପଲବ୍ଧି   ସୁଖ ଓ ସମୃଦ୍ଧି

    ସୁବିଶ୍ୱାସ ସୁପାତ୍ରତା ।


ସାରା ବସୁଧାକୁ   କୁଟୁମ୍ବ ମଣିବା

   ଲୋକ ମଙ୍ଗଳ କାମନା

ଅମୃତ ଆନନ୍ଦ  ସତ୍ୟ ଶାନ୍ତି ପ୍ରେମ

    କରୁଣା ସଦଭାବନା ।


ମାନବ କଲ୍ୟାଣ   ଜୀବନ ଉତ୍କର୍ଷ

     ମାନବତା ଉପାସନା

ହେଉ ସଚେତନ  କୋଣ ଅନୁକୋଣ

     ଜାଗୁ ଅମୃତ ଭାବନା ।

        


Rate this content
Log in

Similar oriya poem from Action