STORYMIRROR

ବି. ନିରୁପମା

Romance Action Others

3  

ବି. ନିରୁପମା

Romance Action Others

ହେଇ ଆସିଲେଣି କାଳିଆସୁନା

ହେଇ ଆସିଲେଣି କାଳିଆସୁନା

1 min
405

ତେଣିକି ନୁହେଁ ଲୋ ଏଣିକି ଅନା,

ହେଇ ଆସିଲେଣି କାଳିଆ ସୁନା

ପିନ୍ଧିଛନ୍ତି କେଡ଼େ ସୁନ୍ଦର ଟାହିଆ 

ସବୁ ଶୋଭା ଠୁଳ ତାଙ୍କଠି ସିନା

ତେଣିକି ନୁହେଁ ଲୋ ଏଣିକି ଅନା

ସୁଦର୍ଶନ, ଆଉ ସୁଭଦ୍ରାଙ୍କ ସହ 

ବଡ଼ଭାଇ ଆଗେ ଆସି ଗଲେଣି,

ବଡ଼ଦାଣ୍ଡେ ପରା ଭକ୍ତଙ୍କ ଗହଳି

ଭକତିରେ ଲୋକ ଭୋଳ ହେଲେଣି ।

ଦୁଇବାହୁ ତୋଳି ଗୁହାରି କରନ୍ତି

ସାହା ଭରସା ସେ ସବୁରି ସିନା ।


ତେଣିକି ନୁହେଁ ଲୋ ଏଣିକି ଅନା

ହେଇ ଆସିଲେଣି କାଳିଆ ସୁନା

ଭକତ ଗହଣେ ଲୀଳା ରଚିବାକୁ

ବରଷକେ ଥରେ ଆସନ୍ତି ପ୍ରଭୁ,

ଦୁଃଖ ଶୋକ ଯେତେ ହରିନେଇ ସେତ

ସୁଖ ଶାନ୍ତି ଯାଚି ଦିଅନ୍ତି ସବୁ

ଗୁଣ୍ଡିଚା ମନ୍ଦିର ଚାଲିଯା'ନ୍ତି ପୁଣି

ଭାଇ ଭଗ୍ନୀ ସଙ୍ଗେ ଲକ୍ଷ୍ମୀଙ୍କ ବିନା ।


ତେଣିକି ନୁହେଁ ଲୋ ଏଣିକି ଅନା

ହେଇ ଆସିଲେଣି କାଳିଆ ସୁନା

ପିନ୍ଧିଛନ୍ତି କେଡ଼େ ସୁନ୍ଦର ଟାହିଆ

ସବୁ ଶୋଭା ଠୁଳ ତାଙ୍କଠି ସିନା

ତେଣିକି ନୁହେଁ ଲୋ ଏଣିକି ଅନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance