ନିଛାଟିଆ କି !
ନିଛାଟିଆ କି !
" ନିଛାଟିଆ ଗଛ" !
ନା ନା ମୁଁ କାଇଁ ନିଛାଟିଆ ହେବି?
ମୋ ପାଖରେ ତ ଅଛନ୍ତି ପକ୍ଷୀ ଆଉ ତାର ଶିଶୁ ଶାବକରୁ କେତେ,
ଅଛନ୍ତି ବି ତ ଗୁଣ୍ଡୁଚି, ବାନର, ତେନ୍ତୁଳିଆ, ତେଲୁଣି
ଆଉ ଶହେ ପ୍ରକାର ସାନ ବଡ ପୋକ
ମୁଁ ନିଶ୍ବାସ ନଉଛି ।
ତେବେ ପୁଣି ଏକା କଣ ଅଛି?
ଦିଗବଳୟ ଭରା ବାଦଲ
ଭେଟି ଯାଉଛନ୍ତି ମତେ ପ୍ରତିଥର
ଭେଟି ଦେଉଛନ୍ତି ବର୍ଷା ର ସହସ୍ର ବୁନ୍ଦ ।
ଆଉ ଏ ପବନ! ସିଏ ତ
ଗପୁଥାଏ ମୋ ସହ
ଅହରହ, ସାଉଁଟି ସାରି ସାରା ରାସ୍ତା ର ଅନୁଭବ ।
ଦେଖ , ଏ ଯେତେକ ପିମ୍ପୁଡି
ମହଲ ଗଢିଛନ୍ତି
ସୁଢଙ୍ଗ ତଳ ରାଜ୍ଯରେ
ମୋରି ଚେର ତଳେ ।
ଦିଟି ଶିଆଳପାତିଆ ଆଉ ଦଳେ ଠେକୁଆ ବି
ଗାତ କରିରହିଛନ୍ତି
ସଭ୍ଯ ପଡେଶୀ ପରି
ଘାସର ଚଦର ପାରି ।
ଶତଯୁଗରୁ ଏଇଠି ଏମିତି ଠିଆ ମୁଁ ।
ଭଲ ନା ,ଯାଗା ଟା ନିଛାଟିଆ
ନହେଲେ ତ କେବେଠୁ
ପଡିଥାନ୍ତି କାହା ଘରେ
କାଠ ପଟାଖଣ୍ଡ ହେଇ ।
