ଶିଶୁଦିବସ
ଶିଶୁଦିବସ
ଶିଶୁ ଆମେ ଛୋଟ ଫୁଲ ପରି
ଆଶା ଅସୁମାରୀ ଆମ ମନେ ଭରି
ହୋଇବୁ ସାହାସୀ ଓଡ଼ିଆ ବୀର ପରି
ରଖିବୁ ମହତ ବାଜିରାଉତ ପରି
ମନେପକାଇବୁ ଜବାହାରଙ୍କ ଗୁଣ ସ୍ମରି
ଗାନ୍ଧୀ ଆମ ଜାତିର ପିତା ତାଙ୍କୁ ଅନୁସରି
ଜାତୀୟ ପତାକା ଉଚେ ଉଡେଇକରି
ରଖିବୁ ଦେଶର ନାମ ମହାନ କରି
ଅହିଁସା ଓ ସତ୍ୟ ପଥେ ଚାଲିବୁ ଶପଥକରି
ଗୁରୁ ଗୁରୁଜନେ ସମ୍ମାନ ଦେବୁ ଭରି
ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ଭାରେ ଭରି
ପିତାମାତାଙ୍କୁ ନିତ୍ୟ ପ୍ରଣାମ ଯିବୁ କରି
ଆନ୍ତରିକତାକୁ ମନ ହୃଦୟେ ଭରା କରି
ମିଳିମିଶି ଚଳିବାକୁ ପଶୁଙ୍କଠୁ ଶିକ୍ଷା କରି
ଆଦର କରିବୁ ଗୋମାତାଙ୍କୁ ପୂଜା କରି
ଆକାଶେ ଉଡିବୁ ଟିକି ଚଢେଇ ପରି
ସମୁଦ୍ର ଗର୍ଭୁ ଆଣିବୁ ମୋତି ମାଣିକ ସରି
ଆକାଶ ଛାତିରେ ଲେଖିଯିବୁ ନାମ ଆମରି
କଥାମାନି ଭଲ କାମ କରି ନାମ ରଖିକରି
ନିଜ ହାତେ ନିଜେ ଯିବୁ କୃଷି କରି
ସୈନିକ ସାଜି ହେବୁ ସୀମାନ୍ତ ପ୍ରହରୀ
ବିଜ୍ଞାନ କଳା କୌଶଳ ସାହିତ୍ୟ ଆଦରି
ଆମଦେଶ ଗୌରବ ବଢାଇ ଚାଚାଙ୍କ ପରି ।
