STORYMIRROR

Sunanda Mohanty

Children Stories Action Inspirational

3  

Sunanda Mohanty

Children Stories Action Inspirational

ଶିଶୁଦିବସ

ଶିଶୁଦିବସ

1 min
408


ଶିଶୁ ଆମେ ଛୋଟ ଫୁଲ ପରି 

ଆଶା ଅସୁମାରୀ ଆମ ମନେ ଭରି 

ହୋଇବୁ ସାହାସୀ ଓଡ଼ିଆ ବୀର ପରି 

ରଖିବୁ ମହତ ବାଜିରାଉତ ପରି 

ମନେପକାଇବୁ ଜବାହାରଙ୍କ ଗୁଣ ସ୍ମରି 

ଗାନ୍ଧୀ ଆମ ଜାତିର ପିତା ତାଙ୍କୁ ଅନୁସରି 

ଜାତୀୟ ପତାକା ଉଚେ ଉଡେଇକରି 

ରଖିବୁ ଦେଶର ନାମ ମହାନ କରି 

ଅହିଁସା ଓ ସତ୍ୟ ପଥେ ଚାଲିବୁ ଶପଥକରି 

ଗୁରୁ ଗୁରୁଜନେ ସମ୍ମାନ ଦେବୁ ଭରି 

ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ଭାରେ ଭରି 

ପିତାମାତାଙ୍କୁ ନିତ୍ୟ ପ୍ରଣାମ ଯିବୁ କରି 

ଆନ୍ତରିକତାକୁ ମନ ହୃଦୟେ ଭରା କରି 

ମିଳିମିଶି ଚଳିବାକୁ ପଶୁଙ୍କଠୁ ଶିକ୍ଷା କରି 

ଆଦର କରିବୁ ଗୋମାତାଙ୍କୁ ପୂଜା କରି 

ଆକାଶେ ଉଡିବୁ ଟିକି ଚଢେଇ ପରି 

ସମୁଦ୍ର ଗର୍ଭୁ ଆଣିବୁ ମୋତି ମାଣିକ ସରି 

ଆକାଶ ଛାତିରେ ଲେଖିଯିବୁ ନାମ ଆମରି 

କଥାମାନି ଭଲ କାମ କରି ନାମ ରଖିକରି 

ନିଜ ହାତେ ନିଜେ ଯିବୁ କୃଷି କରି 

ସୈନିକ ସାଜି ହେବୁ ସୀମାନ୍ତ ପ୍ରହରୀ 

ବିଜ୍ଞାନ କଳା କୌଶଳ ସାହିତ୍ୟ ଆଦରି 

ଆମଦେଶ ଗୌରବ ବଢାଇ ଚାଚାଙ୍କ ପରି  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍