STORYMIRROR

BULU BEHERA

Abstract Action Others

3  

BULU BEHERA

Abstract Action Others

ମହାପ୍ରତାପୀ ଦାନଵ

ମହାପ୍ରତାପୀ ଦାନଵ

1 min
414

ମା କାଳୀଙ୍କ  ପରି  ତା

ପ୍ରଚଣ୍ଡ  ଆଉ  ରୁଦ୍ର ରୂପ ,

ବିଭତ୍ସ ରୂପ  ମା ଦୁର୍ଗାଙ୍କ  ପରି

ଶିବଙ୍କ  ପରି  ତାଣ୍ଡବ ଲୀଳା

ରାବଣ  ପରି  ତାଙ୍କ  ରାଗ  

ସମସ୍ତଙ୍କୁ  ମାରେ  ପୋଡ଼ି ଜାଳି

ସୁନ୍ଦର  ସବୁଜିମା  ସଶ୍ୟ ଶ୍ୟାମଳlକୁ

କରିଦିଏ  ସେ  ଟାଙ୍ଗରା ମରୁଭୂମି

ଯେତେ ନଦ ନଦୀ  ସବୁ  ଶୋଷି  ନିଏ

ଯେତେ ଜୀବଜନ୍ତୁ କୀଟ ପତଙ୍ଗକୁ

ମାରେ  ଡାହକ ବିକଳ  କରି

ଯେତେ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ 

ମାରଇ  ଛଟପଟ  କରି

ଅଗ୍ନି ଠାରୁ  ପ୍ରଚଣ୍ଡ ଉତ୍ତାପ

ସମସ୍ତଙ୍କୁ  ରାଗରେ  ପୋଡି ମାରେ

ଶୀତ  ଦିନେ ପୁରା ଶାନ୍ତ  ଥାଏ

ବର୍ଷା  ଦିନେ ଚୋର  ଭଳିଆ

ମେଘ  ତଳେ  ଲୁଚି  ରହିଥାଏ

ଖରାଦିନ  ପୁଣି ଚାଲି  ଆସିଲେ

ଯେତେ  ଅଛି  ତାର  ରାଗ

ଏକାଥରକେ  ସମସ୍ତଙ୍କ  ଉପରେ

ସୁଝାଇ ଦେଇଥାଏ  l

ସେ ହେଉଛି  ଏକ ଭୟଙ୍କର

ମହା ପ୍ରତାପୀ ଦାନଵ  'ସୂର୍ଯ୍ୟ ' ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract