Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

ଜୀବନ ସନ୍ଦେଶ

ଜୀବନ ସନ୍ଦେଶ

1 min
373



ଇନ୍ଦ୍ରିୟ ସର୍ବସ୍ୱ  ସୁଖ ବର୍ତ୍ତମାନ

   ନୁହେଁ ସତ୍ୟ ସନାତନ

ବଢାଏ ସମ୍ପତ୍ତି  ପୁଞ୍ଜି ପ୍ରତିପତ୍ତି

   ଅହଙ୍କାରୀ ହୁଏ ମନ ।


ବିଳାସ ବ୍ୟସନେ  ନିଶା ମଦ୍ୟପାନେ

    ଗୁଣାଦର୍ଶ ହୁଏ କ୍ଷୟ

ସ୍ଖଳିତ ହୁଅଇ   ସମାଜେ ଚରିତ୍ର

   ବ୍ୟାପେ ଅନୀତି ଅଧର୍ମ ।


ଚୋରୀ ଡକାୟତି  ହି°ସା କପଟତା

    ବଳାତ୍କାର ବ୍ୟଭିଚାର

ସହନ୍ତି ନିରୀହ   ହୋଇ ଅସହାୟ

    ଶାସକ ହୁଏ ଦୁର୍ଜନ ।


ବଢେ ଦୁର୍ବିପାକ  ରୋଗ ଦୁଃଖ କଷ୍ଟ

     ଗଣନ୍ତି ସାଧୁ ପ୍ରମାଦ

ଦୁର୍ବିସହ ହୁଏ   ସ°ସାରେ ଜୀବନ

     ସନ୍ତ୍ରସ୍ତ ଅବଦମିତ ।


ଇହପର କାଳ   ପାପପୁଣ୍ୟ ବୋଧ

     ଆଧ୍ୟାତ୍ମିକ ସୁବିଶ୍ୱାସ

ଆତ୍ମ ନିରୀକ୍ଷଣ  ଖୋଲେ ଜ୍ଞାନଚକ୍ଷୁ

   ପ୍ରଦାନେ ଦିବ୍ୟ ସନ୍ଦେଶ ।


ଗୁରୁ ମାତାପିତା   ଈଶ୍ୱର ଭକତି

    ସଞ୍ଚରେ ଭାବ ଅମୃତ

କଲ୍ୟାଣ ମଙ୍ଗଳ   ହୁଅଇ ସାଧନ

    ଜୀବନ ହୁଏ ସାର୍ଥକ ।


ସମ୍ବନ୍ଧ ସମ୍ପର୍କ    ହୁଏ ମଧୁମୟ

    ସୁମଧୁର ସ୍ନେହ ପ୍ରେମ

ସ୍ୱସ୍ତିକ ସୁନ୍ଦର   ଜୀବନ ଆନନ୍ଦ

    ପରିପୂର୍ଣ୍ଣ ପୂର୍ଣ୍ଣକାମ ।

     


Rate this content
Log in

Similar oriya poem from Tragedy