ପରିଚୟ ମୋର
ପରିଚୟ ମୋର
ଦୁଇ ହଜାର ଦୁଇ ଶୁଭ ଅକ୍ଟୋବର ମାସ
ପନ୍ଦର ତାରିଖରେ ଜନମ ମୋର,
ଗାଁ କୁଟିକିଆ ଜିଲ୍ଲା କନ୍ଧମାଳ
ସେଥିରେ ଅଛି ଘର ମୋର ।
ଜାତି ମୁଁ କନ୍ଧକୁଳ ଓଡ଼ିଶା ମୋ ରାଇଜ
ପିତା ଅଟନ୍ତି ପ୍ରଦୀପ ମୋର,
ଖଗ, ଝୁଲି, ଅଭି, ଜନନୀ ଚାରି ଭାଇଭଉଣୀ
ଦଡ଼ିିଲି ମାଁ ଆମ ମାନଙ୍କର ।
ନେତାଜୀ କଲେଜ ଛାତ୍ର ଅଟେ ମୁହିଁ
ଯୁକ୍ତ ଦୁଇ କଳାରେ ଦୂତୀୟ ସ୍ଥାନ,
ବର୍ତ୍ତମାନ ନେତାଜୀ କଲେଜ ପାଠ ପଡ଼େ
ମୁଁ ଇତିହାସ ବିଭାଗରେ ସ୍ନାତକ ।
ଉତ୍କଳ ଜନନୀ ପଣତ ଛାୟା ତଳେ
ସାଧୁଛି ସାହିତ୍ୟ ଜ୍ଞାନ,
ବଣ, ପାହାଡ ପ୍ରକୃତି କୋଳରେ
ପ୍ରାଣ ପ୍ରଭାବିତ ବଳେ ।
ଛୋଟ ଗାଁରେ ଜୀବନ ବିତେ
ବୟସ ଉଣେଇଶ ଉପନୀତ,
ମାଁ ପାଟଖଣ୍ଡା ଆଶୀର୍ବାଦରେ ମୁଁ
ଲେଖୁଅଛି କବିତା ନୀତି ।
ବୃତ୍ତିରେ ଚାଷି ଦରିଦ୍ର ପସରା ମିଶି
ଇଷ୍ଟଦେବୀ ମାଟି ମାଁ,
ସୁଖରେ ଅଲିଭା ସ୍ବପ୍ନ ଦରିଆରେ ଢେ଼ଉ
ତଥାପି ଲଢ଼ୁଛି ନୌକା ବାହି ।
କବିତା ମାଧ୍ୟମରେ କହୁଛି କଲମ କଥା
ସଂକ୍ଷିପ୍ତ ପରିଚୟ ମୋର ଗାଥା,
ସକଳ ପ୍ରୟାସେ କରୁଛି ମନଧ୍ୟାନ
ଓଡ଼ିଆ ଭାଷା ହେଉ ସାରା ବିଖ୍ୟାତ ।
