STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଘର

ଘର

1 min
343

" ଘର " ତ ,

କାହାକୁ କହିବା କହିଲ ଆଗେ !

ଯାହାର ଚାରିଟା କାନ୍ଥ, ଗୋଟେ ବଡ ବଗିଚା, ବୋଝଟେ ଲଟାରେ ଲଟେଇଥିବା ବୋଗନ୍ଭିଲିଆ,

ପାରାଫିଟ୍ ଉପରେ ପାରାଭାଡି

ନଦୀ ପରି ରୋଷେଇଘର କଳ,

ଚାରିଟା ଦାନ୍ତଘସା ବ୍ରସ୍ ଥୁଆହେଇଥିବା ଟିୱେଲ ମୂଳ

ନହେଲେ ପୋର୍ସେଲିନ ବେସିନ ଟେ

କାନ୍ଥ ସାରା କ୍ଯାଲେଣ୍ଡର

କ୍ଯାଲେଣ୍ଡର ରେ ହସୁଥିବା ଦିଅଁ ଆଉ

ଦିଅଁ ଙ୍କ ମଥାରେ ବହଳେ ଚନ୍ଦନ ।

ବାଇଗିଣି କମଳା ଫୁଲ,କି ମଧୁମାଳତୀ ବା ସୁନାକନିଆରି ଲଟେଇଥିବା ତୋରଣ ଫାଟକ

ତାରରେ ଦୋଳିଖେଳୁଥିବା ଗାମୁଛା

ହସ ସବୁ ଲୁହ ସବୁ ଏକାଠି ବଛା ବଛା ,

ନା ଆଧୁନିକତାର ଫ୍ରକ୍ ଗଳା ଶୈଶବ

ହେଲେ ନାକ ସାରା ସିଙ୍ଘାଣି ସଲବଲ ।

ହା ହା, ହସୁଛ କି ?

ସେଇଠି ପରା ଘର ।

ଲମ୍ବିଆସେ ପଣତଟେ ଯେତେବେଳେ

ପୋଛିଦବାକୁ ଝାଳ ଆଉ

ବସେଇଦିଏ କାନ୍ଧ ଟିଏରେ

ଟେକିନେଇ ଦୋଟି ସବଳ ହାତ

ଝୁଲି ଝୁଲି ମନ କହେ

" ଚାଲ ନା ମେଳା ବୁଲି ଆସିବା ।

କିଣେଇ ଦବ ନା ଝୁରୁଝୁରୀ ଆଉ ପେଁକାଳି ।"

ହାତେ ଓଢଣା ତଳୁ ଶୁଭେ

ମୁଣେ ଚୁଡିର ଝଣ ଝଣ ହସ ଶବ୍ଦ

ସେଇ ତ " ଘର "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action