ପଳାତକ ପ୍ରିୟା
ପଳାତକ ପ୍ରିୟା
ହେନା ଫୁଲ ପେନ୍ଥା ଦେଖିଲେ ଲାଗଇ
ବସନ୍ତ ଘନେଇ ଆସେ ।
ମୋ ପ୍ରିୟା ର ମନ ହୁଏ ଛନ ଛନ
ହେନା ଫୁଲର ସୁବାସେ ।
ମହମହ ତୋର ସୁଗନ୍ଧୀତ ବାସ୍ନା
ଆକର୍ଷଣ କରେ ମନ ।
ନାଗ ,ବୋଡା ହୁଏ ତୋର ମତୁଆଲା
ମଣିଷର କଥା ଆନ ।
ତୋ ମୃଦୁ ମଳୟ ବାସ୍ନା ସୁମଧୁର
କିମିଆଁ କରୁ ସଭିଙ୍କୁ ।
ପେନ୍ଥା ପେନ୍ଥା ଫୁଲ ବଉଳବେଣୀ ଯେ
ତୁ ଲାଗୁ ପ୍ରିୟ ସଭିଙ୍କୁ ।
ତୋର ଏ ମହକ ଆଣିଥିଲା ଭିଡି
ମୋର ପ୍ରିୟା ପ୍ରୀତି ପାସେ ।
ଅମାନିଆ ପ୍ରିୟା ମାନୁନାହିଁ କଥା
ଦାରୁଣ ଦୁଃଖ ପରଶେ ।
ଭଲ ପାଇବାର ଆଶାବାଡି ସେ ମୋ
ସେ ମୋର ହୃଦ ସ୍ପନ୍ଦନ ।
କିମ୍ପାଇଁ ହେଉଛି ପଳାତକ ପ୍ରିୟା
ନେଉଛ ମୋର ଏ ପ୍ରାଣ ।
ଆଖିରୁ ଆଖିଏ ଲୁହ ଢାଳିଦେଇ
ପାଦ ପଖାଳିବି ତାର ।
ଭଲ ପାଇବାର ଏ ଯେଉଁ ଯାତନା
ସ୍ମୃତି ହେଇ ଯିବ ମୋର ।
ମନେଇ ପ୍ରିୟା ମୋ ବୁଝୁନି ଅନ୍ତର
କେତେ ଭଲପାଏ ତାକୁ ।
ଆଉ କେହି ଏତେ ପାଇବେନି ଭଲ
ବୁଝିବ ଭବିଷ୍ୟତକୁ ।
ତାକୁ ପ୍ରେମ ଭିକ୍ଷା ମାଗି ମାଗି ମୁହିଁ
ଇଜ୍ଜତ ହାରିଛି ଆଜି ।
ଯେତେ ପରକାରେ ବୁଝାଇ କହିଲେ
ହେଉନି ମୋ ପାଇଁ ରାଜି ।

