ଯୋଡିଦେବା ଆସ ସୁମନରେ ମନ
ଯୋଡିଦେବା ଆସ ସୁମନରେ ମନ
ବଗିଚାର ଆମେ ଫୁଲ ନାନାରଙ୍ଗ
ଚହଟେ ଆମ ସୁବାସ
ଫୁଟି ଝରିଯିବା ନୁହେଁ ମାତ୍ର ଲକ୍ଷ୍ୟ
କରୁଛୁ ଆଶା ପ୍ରକାଶ ।
ତୋଳିନିଅ ପ୍ରିୟ ବନ୍ଧୁ ମାଳାକାର
ଯତନରେ ଗୁନ୍ଥ ହାର
ଭରିଦେବୁ ମନେ ଦୁର୍ଲଭ ଆନନ୍ଦ
ସୁଗୁଣ ଦିବ୍ୟ ସମ୍ଭାର ।
ହେଉ ସେ ମୂରତି କାଷ୍ଠ ବା ପାଷାଣ
ପୁଙ୍ଗବ ବୀର ଶହୀଦ
ତ୍ୟାଗପୂତ ଯଦି ଜୀବନ ପବିତ୍ର
ଅପୂର୍ବ ଆମ ସ°ଯୋଗ ।
ବିବାହ ଉତ୍ସବ ଗୃହ ସାଜସଜ୍ଜା
ସୁନ୍ଦର ସୁମନୋହର
ଯହିଁ ମିଶେ ମନ ଫୁଟେ ଆତ୍ମାଫୁଲ
ବନ୍ଧନ ହୁଏ ମଧୁର ।
ସାଉଣ୍ଟଇ ଝରା ନଦୀର ଶଯ୍ୟାରୁ
କ୍ଷୁଦ୍ର ଅତି ସ୍ୱର୍ଣ୍ଣ କଣ
ଯତନେ ଗଢ଼ିଲେ ହୁଏ ଅଳଙ୍କାର
ମନୋହର ମୂଲ୍ୟବାନ ।
ଚାଲ ଯୋଡିଦେବା ସୁମନରେ ମନ
ହେବା ଆମେ ସୁସ°ହତ
ବିତରିବ ଆମ ସୁଗନ୍ଧ ମହକ
ଏକତ୍ୱ ଶ୍ରେଷ୍ଠ ଭାରତ ।
