STORYMIRROR

BULU BEHERA

Abstract Action Others

3  

BULU BEHERA

Abstract Action Others

ଭକ୍ଷକରୁ ରକ୍ଷକ

ଭକ୍ଷକରୁ ରକ୍ଷକ

1 min
404

ଯିଏ  ପରିବେଶକୁ ସବୁବେଳେ

ସୁନିର୍ମକ  କରୁଥାଏ

ଝାଡୁଦାରଙ୍କ  ପରି  ଯେତେ

ଅଳିଆ ଆବର୍ଜନା  ସବୁ

ନିଷ୍କାସନ  କରୁଥାଏ

ନିଜେ  ଭକ୍ଷଣ  କରି

ପିମ୍ପୁଡି  ପରି  ସେ  ସବୁରି

ମାଂସକୁ  ଆନନ୍ଦରେ  ଖାଇଥାଏ

ଯେତେ  ଦୁର୍ଗନ୍ଧ ସାମଗ୍ରୀ

ସବୁ  ତାହାର  ଅତି ପ୍ରିୟ

ସବୁ  ବୃକ୍ଷରେ  ସେ 

ବସା ବାନ୍ଧି ରହିଥାଏ

ସବୁ  ଘରେ  ପଶି  ଚୋର  ପରି

ଖାଦ୍ୟ ସାମଗ୍ରୀ ସବୁ  ଝାମ୍ପି ନିଏ

ଏ ସବୁ  କାମ କରୁଥିବାରୁ  ତାକୁ

ସମସ୍ତେ  ଘୃଣା  କରିଥାନ୍ତି

କଳା ହାଣ୍ଡିଆ ମେଘ  ପରି  

ତାର ଶରୀରର  ରଙ୍ଗ

ଗୋଜିଆ ଥଣ୍ଟ କୁ  ଶାଗୁଣା  ପରି

ଦୁଇଟି ଅଛି  ତାର  ଡେଣା

ଜୋରରେ  ଗର୍ଜନ କରି ତୁମକ

ସକାଳୁ  ଉଠଇ  ଦେଇ ଥାଏ

ସେ ହେଉଛି  ପ୍ରକୃତରେ

ପ୍ରକୃତିର  ସ୍ବେଛାସେବୀ

ସେହି ଭକ୍ଷକରୁ  ପ୍ରକୃତିର

ଜଣେ  ସଚ୍ଚା ରକ୍ଷକ  ସାଜିଥିବା

ସେହି ପକ୍ଷୀଟି  ହେଉଛି  

ଆମର  ଅତି ପ୍ରିୟ 'କୁଆ ' ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract