ଭକ୍ଷକରୁ ରକ୍ଷକ
ଭକ୍ଷକରୁ ରକ୍ଷକ
ଯିଏ ପରିବେଶକୁ ସବୁବେଳେ
ସୁନିର୍ମକ କରୁଥାଏ
ଝାଡୁଦାରଙ୍କ ପରି ଯେତେ
ଅଳିଆ ଆବର୍ଜନା ସବୁ
ନିଷ୍କାସନ କରୁଥାଏ
ନିଜେ ଭକ୍ଷଣ କରି
ପିମ୍ପୁଡି ପରି ସେ ସବୁରି
ମାଂସକୁ ଆନନ୍ଦରେ ଖାଇଥାଏ
ଯେତେ ଦୁର୍ଗନ୍ଧ ସାମଗ୍ରୀ
ସବୁ ତାହାର ଅତି ପ୍ରିୟ
ସବୁ ବୃକ୍ଷରେ ସେ
ବସା ବାନ୍ଧି ରହିଥାଏ
ସବୁ ଘରେ ପଶି ଚୋର ପରି
ଖାଦ୍ୟ ସାମଗ୍ରୀ ସବୁ ଝାମ୍ପି ନିଏ
ଏ ସବୁ କାମ କରୁଥିବାରୁ ତାକୁ
ସମସ୍ତେ ଘୃଣା କରିଥାନ୍ତି
କଳା ହାଣ୍ଡିଆ ମେଘ ପରି
ତାର ଶରୀରର ରଙ୍ଗ
ଗୋଜିଆ ଥଣ୍ଟ କୁ ଶାଗୁଣା ପରି
ଦୁଇଟି ଅଛି ତାର ଡେଣା
ଜୋରରେ ଗର୍ଜନ କରି ତୁମକ
ସକାଳୁ ଉଠଇ ଦେଇ ଥାଏ
ସେ ହେଉଛି ପ୍ରକୃତରେ
ପ୍ରକୃତିର ସ୍ବେଛାସେବୀ
ସେହି ଭକ୍ଷକରୁ ପ୍ରକୃତିର
ଜଣେ ସଚ୍ଚା ରକ୍ଷକ ସାଜିଥିବା
ସେହି ପକ୍ଷୀଟି ହେଉଛି
ଆମର ଅତି ପ୍ରିୟ 'କୁଆ ' ।
