ସୁଯୋଗ କରନା ହାତଛଡା
ସୁଯୋଗ କରନା ହାତଛଡା
ରାମ ମୂଳବିନ୍ଦୁ ଅୟନ ସମୟ
ଗତିସ୍ଥିତି ମୂଲ୍ୟବାନ
ହୁଅ ଧୀର ମନ ସ୍ଥିର ଚିତ୍ତ ଜନ
ବେଳ ଥାଉଁ ସାବଧାନ ।
ଉତ୍ତରେ ଆଗ୍ରହ କର୍ମ ସୁଦକ୍ଷିଣ
ବର୍ଷା ନିଷ୍ଠା ସୁକର୍ତ୍ତବ୍ୟ
ଧରଣୀ କରଇ ସବୁଜ ସୁନ୍ଦର
ଉତ୍ତିଷ୍ଠ ମଙ୍ଗଳ ଶିବ ।
ପିତୃ ସ୍ୱର୍ଗଲୋକ ଉନ୍ନତି ପ୍ରକଳ୍ପ
ଉତ୍ତରୋତ୍ତର ସ୍ୱାଧ୍ୟାୟ
କରେ ସ୍ଥିତପ୍ରଜ୍ଞ ପୁରୁଷ ଉତ୍ତମ
ପ୍ରତିଲୋମ ରାମମୟ ।
ଅରଜନ କର ଧର୍ମ ଅର୍ଥ କାମ
ମୋକ୍ଷ ଫଳ ଚଉବର୍ଗ
ସାରଥକ ହେଉ ନିଖିଳ ଜୀବନ
ବସୁଧା ଏକ କୁଟୁମ୍ବ ।
ଉପଯୋଗ କର ଉପଭୋଗ କର
ହୁଅ ଦାନ ଧର୍ମଶୀଳ
ସୁଯୋଗ କରନା ହାତଛଡା ଜମା
ମିଳେନାହିଁ ବାରବାର ।
