STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ପଖାଳ

ପଖାଳ

4 mins
318


ବୋଉ ଯେ କେବଳ ତା ସନ୍ତାନମାନଙ୍କୁ ସ୍ନେହ ଶ୍ରଦ୍ଧା ଆନ୍ତରିକତାର ଓଢ଼ଣା ତଳେ ଘୋଡେଇ ପଣତ ବିଛେଇ ଶୁଆଇ ଖୁଆଇ ବଡ଼ କରେ ତା ନୁହେଁ. ସେ କାହାର ଝିଅ ହିସାବରେ ପିତା ମାତାଙ୍କୁ ଭୁଲି ନଥାଏ ଜୀଵନ ସାରା. ଶାଶୁ ଶଶୁର ଓ ସ୍ୱାମୀ ଘରର ସମସ୍ତ ମଣିଷମାନଙ୍କ ପାଇଁ ମଧ୍ୟ ନିଜକୁ ଜାଳି ଦିଏ ତିଳ ତିଳ କରି. ସନ୍ତାନ ସନ୍ତତିଙ୍କ ପାଇଁ ତ ସେ ସାକ୍ଷାତ ଦେବୀ. ପଡୋଶୀ ଘରର ତିନି ତିନି ତିନିଟା ପିଲାଙ୍କ ପାଇଁ ମଧ୍ୟ ତା ଭିତରେ ମମତାର ଫଲ୍ଗୁ ଝରୁଥାଏ. ପଡୋଶୀ ଵ୍ୟକ୍ତି ମଦୁଆ ଅଟୋ ଡ୍ରାଇଭର ସ୍ତ୍ରୀକୁ ବାଡ଼ିଆ ପିଟା କରେ ତ ମାସର ପ୍ରଥମାର୍ଦ୍ଧ ବା ଦ୍ୱିତୀୟାର୍ଦ୍ଧ ସ୍ତ୍ରୀ ଟି ବାପଘର ଯାଏ ପିଲା ତିନୋଟିଙ୍କୁ ଛାଡି ଆଉ କଲ୍ୟାଣୀ ଅଜାଡି ଦିଅନ୍ତି ନିଜ ଭାଗର ଭାତକୁ ପଖାଳ କରି ତିନି ଜଣଙ୍କୁ ଖୁଆନ୍ତି ପରମ ଶ୍ରଦ୍ଧାରେ. ମଦୁଆ ବାପର ନିଜ ସମ୍ପତ୍ତି ନହେଲେ କଣ ହେଲା, ବାପର ସମ୍ପତ୍ତିରେ ତିଆରି ପଡିଶା ଘରେ ଜୋର ଯାର ମୁଲକ ତାର ନ୍ୟାୟରେ ଘର ଆବୋରିଛି ପ୍ରଧାନ. ମାଆ ବୁଝେନା ତମ୍ପ ସାପ ପରି ଫଁ ଫଁ ହେଉଥିବା ବାପର ପିଲାଏ ବି ସେଇ ଗୋଷ୍ଠୀର ହୋଇଥିବେ. ପାଠ ଶାଠ ପଡ଼ିନଥିଲେ ବି କଲ୍ୟାଣୀ ଦୟା, ସେବା, ପରୋପକାର ପରି ଗୁଣ ଗୁଡିକୁ ଆପଣେଇ ବିଷ ମଞ୍ଜି ପୋତୁଥିଲେ ବୋଲି ଜଣା ନଥିଲା ତାଙ୍କୁ ବରଂ ନିଜ ପୁଅର ଭାଗ ଭାତ କାଢିଲା ବେଳେ କହନ୍ତି ଦେଇ ଥିଲେ ପାଇ. ପୁଣି ଝିଅ ଭାଗରୁ କାଢିଲା ବେଳେ କହନ୍ତି ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ... ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି. କନ୍ୟା ତ ଶାଶୁଘର ଚାଲିଗଲା. ମାଆ କଲ୍ୟାଣୀ ମଧ୍ୟ ନିଜ କୃତକର୍ମର ଫଳ ନେଇ ଅହ୍ୟ ଡେଙ୍ଗୁରା ବଜେଇ ବାପାଙ୍କ ଆଗେ ଆଗେ ଚାଲିଗଲା. ବାପା ଆଉ ବାକି ଦିନତକ ମଦୁଆ ପଡୋଶୀର ଇର୍ଷା, ରାଗ, ରୋଷର ଶୀକାର ହେଉ ହେଉ ଦୁହେଁ ଚାଲିଲେ ଅଫେରା ରାଇଜକୁ ହେଲେ ମାଆ କଲ୍ୟାଣୀ ଚଢେଇ ତୁଣ୍ଡରେ ଆହାର ଦେଲାଭଳି ତିନିପିଲାଙ୍କୁ ସାହୟ ହୋଇ ନିଜ ପେଟରୁ କାଟି ନିଜ ସ୍ୱାମୀ ଓ ପିଲାଙ୍କ ପେଟରୁ କାଟି ଯେଉଁମାନଙ୍କୁ ସହାୟ ହେଉଥିଲେ ସେମାନେ ଏବେ ବାହୁବଳୀ ସମାଜର ବୋଲି ନିଜକୁ କାମରେ ଓ କଥାରେ ପ୍ରତିପାଦନ କଲାବେଳେ ଭୁଲିଯାଆନ୍ତି ଆଧାର ଦେଇ କଲ୍ୟାଣୀ ବଞ୍ଚେଇ ରଖିଥିଲା ବେଳେ ତାଙ୍କର ଏକମାତ୍ର ପୁଅ ତାଙ୍କୁ କମ୍ପ୍ୟୁଟିଙ୍ଗ ଶିଖାଉ ଶିଖାଉ ତାଙ୍କ ଭିତରେ ଦକ୍ଷତା, ସୃଜନୀ ବଢ଼ାଉଥିଲା ସତ, ଏବେ କିନ୍ତୁ ବାପା ମାଆ ଗଲାପରେ ସେ ଯେମିତି ନାମକୁ ମାତ୍ର.
    ବାପା ଛାଡିଯାଇଥିବା ବାଡ଼ିପଟ ଅଧା ପ୍ରାଚୀର ପୂର୍ଣ୍ଣ କରିବାକୁ ଗଲେ ସେପଟ ପଡୋଶୀ ତିନି ତମ୍ପ ପରି ଫଁ ଫଁ ହେଉ ହେଉ ସୀମା ବିବାଦ ପରି ବିବାଦ ଭିତରେ ଜବରଦସ୍ତ ଫସାଇ ଯେମିତି ଚୋଟ ମାରୁଥାନ୍ତି କଲ୍ୟାଣୀଙ୍କ ଏକୋଇର ବଳା ବିଷିକେଶନକୁ. ସ୍ତ୍ରୀ ମିନାକ୍ଷୀ ଯେତେ ବଳ ଦେଲେ ମଧ୍ୟ ନିଜକୁ ସଳଖ କରି ଠିଆ ହେବାର ସାମର୍ଥ୍ୟ ଯେମିତି ଆସ୍ତେ ଆସ୍ତେ ହରେଇସାରିଥିବା ଅନୁଭବ କରନ୍ତି ବିଶ୍ୱବାବୁ. ଏମିତିକି ଏଣିକି ଶୁଣିବାକୁ ମିଳେ ବାପା ଥିଲା ସରକାରୀ ଚାକିରିଆ ବୋଲି ତିନିତାଲା ବାଡେଇ ଦେଇଗଲା ଆଉ ପୁଅର କମ୍ପାନୀ ଚାକିରୀ. ଆଜି ଅଛି ତ କାଲି ଲେ ଅଫ. ବୋଧ ଦିଅନ୍ତି ମିନାକ୍ଷୀ କହନ୍ତି ତଳ ବରଡ଼ା ଖସୁଛି... ଉପର ବରଡ଼ା ହସୁଛି.. ମଝି ବରଡ଼ା ଥାଇ କହୁଛି ମୋ ବେଳକାଳ ଆସୁଛି. ମାଆ ତୁମ ଭାଗ ଭାତ ଖୁଆଇ ଭାଇ ପରିନହୋଇ ଭଗାରି ପରି ହେବ ବୋଲି କଣ ମାଆ ଜାଣିଥିଲେ. ସମୟ ସବୁ ସମାଧାନ କରିନେବ, ଦେଖିବ ରୁହ.
    ଏମିତିରେ ବି ଉପରକୁ କିଛି ଶତ୍ରୁତା ଦେଖାଜାଉନଥିଲା ବାହାରକୁ କାରଣ କେଵେ ସାଂକ୍ସନ ହେଉଥିବା ଲୋନକୁ ବିଶ୍ୱ ଏମିତି ବାଟରେ ଖର୍ଚ୍ଚ କରନ୍ତି ଯେମିତି ପଡୋଶୀ ଘରଠୁ ନିଶ୍ଚୟ ରୂପ, ରଙ୍ଗ, ଗୁଣ ଓ ଧର୍ମରେ ପାଦେ ଆଗକୁ ଥାଏ କିନ୍ତୁ ସ୍ଥାନୀୟ ଠାକୁରଙ୍କୁ ପନ୍ତି ଖୁଆଇ ତିନି ଭାଇ ବାହାଵା ନେଇ ବାହା ଚୋରା ନହୋଇ ପୈତୃକ ଘରଟିକୁ ଜୋର ଜବରଦସ୍ତ ଆପଣେଇ ଉଚ୍ଚା କରିବାକୁ ସଂଘର୍ଷ କରୁଥାନ୍ତି ଏଣିକି ନୀଚ୍ଚା ଦେଖାଇ ବିଶ୍ୱଙ୍କୁ. ପଡୋଶୀଙ୍କ ଘର ଏକମହଲା ହେଉ ବା ଦୁଇମହଲା ପଡୋଶୀ ହିସାବରେ ନିଜ ଘରକୁ ସିମେଣ୍ଟ ମସଲା ପଡିଲେ ବା ପାଣି ପଡିଲେ ବା ଇଲେକ୍ଟ୍ରି ସାହାଯ୍ୟ ମାଗି ପାଇଯିବା ଓ କିଛି କିଛି ଅସୁବିଧାକୁ ସହ୍ୟ କରିଯାଉଥିବା ବିଶ୍ୱବାବୁଙ୍କ ପରିବାରଙ୍କୁ କିନ୍ତୁ ଘର ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ ନଥାଏ. ଚୋରକୁ ମାନ କଲେ ଖପରାରେ ଖାଇବାକୁ ହୁଏ ବୋଲି ମିନାକ୍ଷୀ ବୁଝେଇ ଦିଅନ୍ତି ଓ ଶାଶୁଙ୍କ ସମୟରୁ ଚାଲିଥିବା ଆଭିଜାତ୍ୟ, ପରମ୍ପରା, ସଂସ୍କୃତିକୁ ବଜାୟ ରଖି ଏବେବି କରୁଥିବା ଶ୍ରାଦ୍ଧ ପତ୍ରରେ ବସି ଏକାଠି ଖାଇବାକୁ ନିମନ୍ତ୍ରଣ କରିଥାନ୍ତି ସେହି ପଡୋଶୀ ତିନି ଭାଇଙ୍କୁ. ଆଗରୁ ଆସୁଥିବା, ନିମନ୍ତ୍ରଣକୁ ଉପେକ୍ଷା ନକରି ସହଯୋଗ ଓ ସହଭାଗିତାରେ ଆସି ବହୁ ଖୁଣ କାଢନ୍ତି ତିନିଭାଇ ତ ପାଟିରେ ଲୁଗା ଜାକି ମିନାକ୍ଷୀ ଭିତରେ ହସି ଭାବନ୍ତି ବାପ ତେଲ ଛଟାଙ୍କି ପାଇଁ ନଣ୍ଡା.. ପୁଅ କହୁଛି ବେଣ୍ଟି ବାଳ ରଖିବି. ଋଷି ହେଲେ ଜଟା ଛିଣ୍ଡେଇ ସାରାନ୍ତାଣି. ଉପରକୁ କିନ୍ତୁ ପଚାରନ୍ତି ଆଉ ତିନିଜଣ ଯାକ ଭୀଷ୍ମଙ୍କ ପରି ରହିବ ନା ବାହାଚୋରା ହୋଇ ଭୋଜି ଖୁଆଇବାର ସୁଯୋଗ ଦେବ ତ ତିନି ଭାଇ ଏମିତି ଉତ୍ତର ରଖନ୍ତି ଯେମିତି ସେଥିରେ ପ୍ରାସଙ୍ଗିକତା ଅପେକ୍ଷା ତାତ୍ସଲ୍ୟ ଥାଏ ଅଧିକ.
    ସେଥର ଖରାଦିନ ଥାଏ. ସବୁ ଥର ପରି ଘରକୁ କୁଣିଆ ମଇତ୍ର ଆସିଥାଆନ୍ତି. ଗାଡି ଗୁଡିକ ରଖିଲା ବେଳେ ପଡୋଶୀ ଭାଇ ତିନିଜଣଙ୍କ ଘୋର ବିରୋଧାଭାସ ସତ୍ୱେ ବିଶ୍ୱ ନିମନ୍ତ୍ରଣ ଜଣେଇଥିଲେ ସେ ତିନିଜଣଙ୍କୁ. ବଢ଼ା ହେବା ବେଲାରେ ଦହି ପଖାଳ ସାଙ୍ଗକୁ ଶୁଖୁଆ ଭଜା, ପିତା ଶାଗ, ବଡି ଚୁରା, ଆଳୁ ବାଇଗଣ ଟମାଟ, ମିକ୍ସଚର ପାଗ ଇତ୍ୟାଦି ଓଡ଼ିଆ ଘରର ଏତେ ଆଇଟମ ଦେଖିକି ନାକ ଟେକି ତିନି ଭାଇ ଉଠିଯାଉଥିଲା ବେଳେ ମିନାକ୍ଷୀ ଜୋର କରି ସେମାନଙ୍କ ହାତ ଧରି ପଖାଳ କଂସା ପାଖେ ବସେଇ କହୁଥିଲେ ଏ ପଞ୍ଚଭୂତ ଶରୀର ଏଇ ପଖାଳରେ ଗଢ଼ା. ତୁମେମାନେ ପିଲାଦିନେ ଆମ ଘରେ ମୋ ଶାଶୁମାଆଙ୍କ ହାତରୁ ଖାଇ ବଡ଼ ହୋଇଛ. ଆଜି ତାଙ୍କୁ ସମ୍ମାନ ଜଣେଇ ଗୁଣ୍ଡେ ଦିଗୁଣ୍ଡା  ଖାଇବାରେ କ୍ଷତି କଣ!ସେତିକିବେଳେ ବନ୍ଧୁ ବାନ୍ଧବ ମାନଙ୍କ ଭିତରୁ କେହି ବୟସ୍କ ଵ୍ୟକ୍ତି କହୁଥିଲେ ଭୁବନେଶ୍ୱରରେ ପାଞ୍ଚଶହ ଟଙ୍କାରେ ଏବେ ଖରାଦିନେ ଯେଉଁ ପଖାଳ ଓ ତା ସାଙ୍ଗକୁ ଯାହା ମିଳୁଛି ସେହି ତୁଳନାରେ ଏହାତ ଚାରିଗୁଣା ଅଧିକା. ତିନି ଭାଇ ପାଟିକୁ ଗୁଣ୍ଡା ନେଉ ନେଉ ମିନାକ୍ଷୀ କହୁଥିଲେ ଆମେ ଓଡ଼ିଆ.. ପଖାଳରେ ଆମେ ଗଢ଼ା... ଖରା ଗରମକୁ ଲାଗେ ବଢିଆ. ସମସ୍ତଙ୍କ ହାତ ପାଟି ସହିତ ଖୁବ ଜୋର ସଂଘର୍ଷ କଲା ବେଳେ ତିନିଭାଇ ବଡ଼ ସଂଭ୍ରମରେ ଖାଉଥିଲେ ବିଶ୍ୱଙ୍କ ପାଖରେ ବସି. ମିନାକ୍ଷୀ ପଚାରୁଥିଲେ ଆଉ କଣ ଦେବି କି!
,,,,,,,,,,,,,


Rate this content
Log in

Similar oriya poem from Abstract