ହୋଇ ଲାଜ ଲାଜ
ସଞ୍ଜ କୁଞ୍ଜ ଭାରି ଅସହଜ
ରାଧା ହୁଅ ବେଗି ବେଗି ସଜ
ଯିବାକୁ କୁଞ୍ଜ
ନବପଲ୍ଲଵ ହାତରେ ଧରି
ପ୍ରକୃତି ଦେଇଛି ଶୋଭା ଭରି
କୋଇଲି କଣ୍ଠରୁ କୁହୁ ଆସେ ଉତୁରି
ରାଧାଙ୍କୁ ଖୋଜ ଦେଖିବା ମାଆ ସାଜ
ହୋଇଯିବ ସବୁ ସଞ୍ଜ ସଜ
ହୋଇ ଲାଜ ଲାଜ
ସବୁଜ ପଣତେ ଶୋଭା ସୁନ୍ଦରୀ
ଧରା ଅଞ୍ଚଳେ ଉପମା ଭରି
ନଈ ବୁଲି ବୁଲି ଚାହେଁ ପଛକୁ ଫେରି
କୋଉଠି ଉଡୁଛି ବାଜ କରୁଛି ରାଜ
ସଞ୍ଜ ଲାଗୁଛି ଅସହଜ
ହୋଇ ଲାଜ ଲାଜ
ପ୍ରକୃତିରେ ରଙ୍ଗ ସୁଷମା ଭରି
ମୃଦୁ ମଳୟଟା ବହୁଛି ଥିରି
କାହାର ଏତେ ସବୁ କାରିଗରୀ ଫେରି
ରାଧା ମାଆ ସଙ୍ଗେ ଶ୍ରୀକୃଷ୍ଣ ସଜ
ହୋଲି ଖେଳିବାକୁ ଉଭୟ ହେଜ
ହୋଇ ଲାଜ ଲାଜ
ରଙ୍ଗ ର ପସରା ସାତଫେରି
ବାଘନିଶହନାଲା ରଙ୍ଗ ବତୁରି
ପିଚିକାରୀ ପରି ରଙ୍ଗ ଦେଲା କିଏ ମାରି
ଫଗୁଣ ପକାଏ ରାଣ ଆଜ
ପ୍ରକୃତି କରିଛି ରଜ ମଉଜ
ହୋଇ ଲାଜ ଲାଜ
,,,,,,,,,,,,,,,,,,,,,,,