STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଅଶୋକା 

ଅଶୋକା 

1 min
0


ତୁମେ ହସିଦେଲେ ସିନ୍ଦୁରୀ 
ତୁମେ ହସୁଥିଲେ ସୁନ୍ଦରୀ 
ପ୍ରକୃତି ହସୁଛି 
ଫଗୁଣ ଫେରିଛି 
ଅଶୋକ ଫୁଲ ସମ୍ଭାର ଧରି 
ନାଲି ନାଲି ରଙ୍ଗ ପଡେ ଉତୁରି 
ଧରା ଓ ବୃକ୍ଷରେ ନବପଲ୍ଲଵ ଭରି 
ଏତେ ମନୋହର 
କୋଉ ଯାଦୁଗର 
ଯାଦୁ କରି ରଙ୍ଗ ଖେଳେ ବତୁରି 
ଦୋଳ ବିମାନେ ଝୁଲି 
ରାଧା କୃଷ୍ଣ ଦେହେ ରଙ୍ଗ ହୋଲି 
ଫଗୁଣ ପରଶେ ଅଗଣା ବାସୁଛି 
ମହାମହ ରଙ୍ଗ ପସରା ମେଲି 
ବୁଢୀମା ଆଖିର କଜ୍ଜଳ କାଲି 
ଆଜି ଦିଶେ ଫଗୁ ଅଵୀର ନାଲି 
ଧରଣୀ ସୁନ୍ଦରୀ ସିନ୍ଦୁରେ ସିନ୍ଦୁରୀ ବୋଲି 
ହୁଳହୁଳି କରତାଳି ସାଥେ ପକାଇ ଚାଲି 
ଋତୁ ଫଗୁଣ ଟା ଖେଳୁଛି ହୋଲି 
ରଙ୍ଗ ରଙ୍ଗୋଲି ନାଲି
ଆଜି କଥା ଆଉ ନଥିବ କାଲି 
ଖେଳିଯା ପିଇ ରଙ୍ଗ ମହୁଲି


Rate this content
Log in

Similar oriya poem from Inspirational