ସ୍ୱାଭିମାନ ଅଞ୍ଚଳ ରେ ଅଭିମାନ
ରାସ୍ତା ଘାଟ ନଈ ନାଳ ସମ୍ବେଦନ
ବିଜୁଳି ଆଲୋକ ପାଣି ସଙ୍ଗେ ପ୍ରକୃତି
ରହିଲେ ବଞ୍ଚିବ ଜୀବନ
ବହିବ ଉତ୍ତରା ଫାଲ୍ଗୁନୀ ପବନ
ଶୁଶିତଳ ହେବ ଦେହ ମନ
ଯାହା ନାହିଁ ଜଗତେ ତାହା ଅଛି ଭାରତେ
ଶୁଣି ରଖ ଭଗତେ ରାଇଜ ଓଡିଶା ବିଦିତେ
ଜନ କଲ୍ୟାଣ ହିତେ
କଣ ନାହିଁ ଭାରତେ
ସମୟ ସୁଯୋଗ ଦେଖି
ଯୋଗୀ ଋଷିଙ୍କ ଠୁ ଶିଖି
କେତେ ହୁଏନ୍ସା ପୁଣି ବତ୍ରିଶସିଂହାସନ
ଅଛି ଯାର ଅଭିଧାନ
ଯାଇଛି ହଜି ଗର୍ବ ଗୌରବ ରାଜି
ଫେରିବ ହେଲେ ମୋହାର୍ଚ୍ଛନ୍ନ
ଏଇ ମୋ ଦେଶ ରାଇଜ ସମ୍ମୋହନ
ଆମେ ଓଡ଼ିଆ ଆମ ମାତୃଭାଷା ବଢିଆ
ମାଆ ମାଟି ଝୋଟି ତାଟି ନଡ଼ିଆ
ସବୁରେ କାରିଗରୀ ରଖିଛି ପ୍ରକୃତି ଭରି
ହେବା ନିମଗ୍ନ ଫେରିବ ସବୁ ସପନ
ବଣିକ ଓ ମାଣିକ ପୁଣି ରତ୍ନ ଅମାପ ଧନ
ଏଇ ମୋ ଦେଶ ପତାକା ର ଅଶୋକ ଚିହ୍ନ
ଚିହ୍ନି ତାକୁ ପ୍ରଣାମ ସଙ୍ଗେ ରଖିବାକୁ ଶୁଶୋଭନ
ଆମେ ହେବା ଜାଗ୍ରତ କରିବା କରାୟତ
ନିଜ ଧନ ମାନ ମନ ସମ୍ମାନ