STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଆକାଶ ଫୁଲ 

ଆକାଶ ଫୁଲ 

1 min
0


ମେଘଫୁଲ ଆକାଶ ଅଗଣା ଛୁଇଁ 
କହେ ମତେ ଥରେ ଭଲ ଯାଅ ପାଇ 
ବରଷିବି ମେଘ ହୋଇ 
ମୋ ଠିକଣା ପଚାର ନାହିଁ 
   ମୁଁ କେବେ ବୈଶାଖି ଚାଷୀର ଆଖି 
କେବେ ମୌସୁମୀ ମୟୁର ନାଚଇ ଦେଖି 
କେବେ କିଏ ସଖି ତାରା ମେଳେ ଦେଖି 
କହେ କେ ଆକାଶୀ ତୁହି 
ମେଘଫୁଲ ତୁହି ଯାଆ ବରଷି 
ଆବର୍ଜ୍ଜନା ସବୁ ଧୋଇ ଦେଇ 
 ଆଉ  ଋଷିବ ନାହିଁ ନଈ 
ଯିବ ସମୁଦ୍ରେ ମିଶିବା ପାଇଁ 
ତୁ ଅଳସୀ ଭାରି ମଦାଳସୀ 
କାଖରେ କଳସୀ ରଖି ତୁ ଉଆଁସୀ 
କନିଆଁ ମଉନ ମୁଁହିଁ 
କେବେ ଲୁଚକାଳି କେବେ କରତାଳି 
ତୁ ତ ଶ୍ରାବଣୀ ଚାଷୀ ଘରମଣି 
ଋଷି କି ଯିବୁନି କାହିଁ 
ତତେ ଗୋଡ଼ାଇ ତୋ ସଙ୍ଗେ ଖେଳିବାକୁ 
ବେଳ ଆଉ ନାହିଁ ନାହିଁ 
ଉଛୁର କରନା ଆ ମେଘଫୁଲ ହୋଇ
ଅଗଣା ବରଣା ତୁଳସୀ ମାଜେଣା 
ଭରିବାକୁ ଆ ତୁହି 
ତୋବିନା ଅନ୍ୟ ଗତି କହ କାହିଁ
,,,,,,,,,,,,,,,


Rate this content
Log in

Similar oriya poem from Abstract