STORYMIRROR

Sunanda Mohanty

Action Classics Others

4  

Sunanda Mohanty

Action Classics Others

କାର୍ତ୍ତିକ ଆସିଲା ହବିଷ ନେଇ

କାର୍ତ୍ତିକ ଆସିଲା ହବିଷ ନେଇ

1 min
8


କୁମାର ପୂର୍ଣ୍ଣମୀ ପହିଲି କାର୍ତ୍ତିକ 

ଆସିଛି ହବିଷ ନେଇ 

ହବିଷ ଭାତ ମହକ ମହକେ 

ସାରୁ କଦଳୀ ମୁଗ ପକେଇ 

ଅରୁଆ ଭାତରେ ଅନ୍ନପୂର୍ଣ୍ଣା ପତ୍ର

 ସାଙ୍ଗକୁ ଅଗସ୍ତି ଶାଗ କରାଇ 

ହବିଷ କରୁଛି ବୁଢୀମା ଆମର 

ଆକାଶ ଦୀପ ଜଳାଇ 

କଦଳୀ ପତ୍ରରେ ହବିଷ ଭାତ ଡାଲମା 

ଶାଗ ମହମହ ବାସଇ 

ପୁରୀକୁ ଛୁଟନ୍ତି କାର୍ତ୍ତିକ ହବିଷିଆଳି 

ଜଗନ୍ନାଥ ଦର୍ଶନ କରିବା ପାଇଁ 

ଅବଢ଼ା ମହକ ସଙ୍ଗେ ଡାଲି ଡାଲେମା 

ବେସର ମହକ କେଉଁଠି କାହିଁ 

ତୋର ମୋର ବାଛ ବିଚାର ଅଇଁଠା ସଂଙ୍ଖୁଡି 

ଅବଢ଼ାରେ ଜମା ନାହିଁ 

ସିଏ ଖାଏ ଇଏ ଖାଇ ମୁଣ୍ଡେ ହାତ ପୋଛେ 

ନୀଳଚକ୍ର ବାନା ଚାହିଁ 

ଅରୁଆ ହବିଷ ନିୟମ ନିତି କାନ୍ତି 

ଶୁଖିଲେ ନିର୍ମାଲ୍ୟ କହି 

ଅବଢ଼ା ପାଖାଳ ଟଙ୍କ ତୋରାଣୀ ସଙ୍ଗେ 

କିଏ ସରି କୋଉଠି କାହିଁ 

ହବିଷିଆଳି କାର୍ତ୍ତିକ ମାସରେ ପୁରୀ ଆସନ୍ତି 

ଅବଢ଼ା ହବିଷ କରିବା ପାଇଁ 

ଦାମୋଦର ପୂଜି ନରେନ୍ଦ୍ର ମାର୍କଣ୍ଡ ଶ୍ଵେତଗଙ୍ଗା 

ମଣିକର୍ଣ୍ଣିକାକୁ ଯାଇ ଗାଧେଇ ପାଧେଇ 

ଚଉରା ମୂଳେ ଦାମୋଦର ପୂଜା ପାଇଁ 

ଫଳମୂଳ ସାଥେ ମୁରୁଜ ପକାଇ 

ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହ 

ଶଙ୍ଖ ଚକ୍ର ଗଦା ପଦ୍ମକୁ ଲେଖାଇ 

ଦିନକୁ ଥରଟେ ହବିଷ ପାଳନେ 

କାର୍ତ୍ତିକ ମାସଟି କହି 

ଐଶ୍ଵରିକ ଭକ୍ତି ପ୍ରୀତି ମୈତ୍ରୀ ଶାନ୍ତି 

ଗତି ମୁକ୍ତି ପାଇବା ପାଇଁ 

ବୁଢ଼ୀ ବୁଢା ମାନେ ଧରମ କରିବା ପାଇଁ 

ଚିନ୍ତା ଚେତନା ଚୈତନ୍ୟରେ ଐଶ୍ୱର୍ଗିକ ଭକ୍ତି 

ପାଇବା ପାଇଁ ହବିଷ ବ୍ରତ ଶ୍ରଦ୍ଧାରେ କରଇ 



Rate this content
Log in

Similar oriya poem from Action