STORYMIRROR

Sunanda Mohanty

Action Classics Others

4  

Sunanda Mohanty

Action Classics Others

କାର୍ତ୍ତିକ ଆସିଲା ହବିଷ ନେଇ

କାର୍ତ୍ତିକ ଆସିଲା ହବିଷ ନେଇ

1 min
15


କୁମାର ପୂର୍ଣ୍ଣମୀ ପହିଲି କାର୍ତ୍ତିକ 

ଆସିଛି ହବିଷ ନେଇ 

ହବିଷ ଭାତ ମହକ ମହକେ 

ସାରୁ କଦଳୀ ମୁଗ ପକେଇ 

ଅରୁଆ ଭାତରେ ଅନ୍ନପୂର୍ଣ୍ଣା ପତ୍ର

 ସାଙ୍ଗକୁ ଅଗସ୍ତି ଶାଗ କରାଇ 

ହବିଷ କରୁଛି ବୁଢୀମା ଆମର 

ଆକାଶ ଦୀପ ଜଳାଇ 

କଦଳୀ ପତ୍ରରେ ହବିଷ ଭାତ ଡାଲମା 

ଶାଗ ମହମହ ବାସଇ 

ପୁରୀକୁ ଛୁଟନ୍ତି କାର୍ତ୍ତିକ ହବିଷିଆଳି 

ଜଗନ୍ନାଥ ଦର୍ଶନ କରିବା ପାଇଁ 

ଅବଢ଼ା ମହକ ସଙ୍ଗେ ଡାଲି ଡାଲେମା 

ବେସର ମହକ କେଉଁଠି କାହିଁ 

ତୋର ମୋର ବାଛ ବିଚାର ଅଇଁଠା ସଂଙ୍ଖୁଡି 

ଅବଢ଼ାରେ ଜମା ନାହିଁ 

ସିଏ ଖାଏ ଇଏ ଖାଇ ମୁଣ୍ଡେ ହାତ ପୋଛେ 

ନୀଳଚକ୍ର ବାନା ଚାହିଁ 

ଅରୁଆ ହବିଷ ନିୟମ ନିତି କାନ୍ତି 

ଶୁଖିଲେ ନିର୍ମାଲ୍ୟ କହି 

ଅବଢ଼ା ପାଖାଳ ଟଙ୍କ ତୋରାଣୀ ସଙ୍ଗେ 

କିଏ ସରି କୋଉଠି କାହିଁ 

ହବିଷିଆଳି କାର୍ତ୍ତିକ ମାସରେ ପୁରୀ ଆସନ୍ତି 

ଅବଢ଼ା ହବିଷ କରିବା ପାଇଁ 

ଦାମୋଦର ପୂଜି ନରେନ୍ଦ୍ର ମାର୍କଣ୍ଡ ଶ୍ଵେତଗଙ୍ଗା 

ମଣିକର୍ଣ୍ଣିକାକୁ ଯାଇ ଗାଧେଇ ପାଧେଇ 

ଚଉରା ମୂଳେ ଦାମୋଦର ପୂଜା ପାଇଁ 

ଫଳମୂଳ ସାଥେ ମୁରୁଜ ପକାଇ 

ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହ 

ଶଙ୍ଖ ଚକ୍ର ଗଦା ପଦ୍ମକୁ ଲେଖାଇ 

ଦିନକୁ ଥରଟେ ହବିଷ ପାଳନେ 

କାର୍ତ୍ତିକ ମାସଟି କହି 

ଐଶ୍ଵରିକ ଭକ୍ତି ପ୍ରୀତି ମୈତ୍ରୀ ଶାନ୍ତି 

ଗତି ମୁକ୍ତି ପାଇବା ପାଇଁ 

ବୁଢ଼ୀ ବୁଢା ମାନେ ଧରମ କରିବା ପାଇଁ 

ଚିନ୍ତା ଚେତନା ଚୈତନ୍ୟରେ ଐଶ୍ୱର୍ଗିକ ଭକ୍ତି 

ପାଇବା ପାଇଁ ହବିଷ ବ୍ରତ ଶ୍ରଦ୍ଧାରେ କରଇ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action