STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜଗତ ଠାକୁର

ଜଗତ ଠାକୁର

1 min
292


ଜଗତ ଠାକୁର   ହେ କଳା ସାଆନ୍ତ

      ସର୍ବ କାଳେ ତୁମ ସ୍ଥିତି

ତୁମକୁ ଭଜନ୍ତି   ତୁମକୁ ଚିନ୍ତନ୍ତି

     ସକଳ ଜୀବାତ୍ମା ନିତି।

ତୁମ ଠାରେ ନାଥ  ଭରସା ରଖିଛି

      ଅଳପ ଜୀବନ ନେଇ

ସତ୍ୟ ଧର୍ମ ପଥେ   ଚାଳିତ କରିବ

     ତୁମେ ପରା ଭାବ ଗ୍ରାହୀ।

ଭାବରେ ଭାବରେ   ବିତି ଯାଉ ଦିନ

      ସଭିଙ୍କୁ କରି ନିଜର

କାହା ମନେ କେବେ   ଆଘାତ ଦେବିନି

      ଏତିକି ପ୍ରାର୍ଥନା ମୋର।

ତୁମେ ଏକା ଜାଣ   ମୋ ମରଣ କାଳ

      କେବେ ମୁଁ ନେବି ମେଲାଣି

ସଂସାର ଯାତ୍ରାର  ପୂର୍ଣ୍ଣ ଛେଦ ହେବ

      ଉଦ୍ଧାରିବ ଚକ୍ରପାଣି।

ଭୁଲି ଯିବ ନାହିଁ   ଭକ୍ତ ଭଗବାନ

      ସମ୍ପର୍କ କୁ ଆହେ ନାଥ

ଯୁଗ ଯୁଗାନ୍ତର   ଭାବରେ ଭାବରେ

       ଆସୁଥିବ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action