STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ମହୁ

ମହୁ

1 min
241


ଆକାଶରୁ ବର୍ଷା ମହୁଢାଳ 

ଝରିଲେ ମାଟିମା ଫଳାଇବ ସୁନାଫଳ 

ନଈ ନାଳ ହ୍ରଦ ସମୁଦ୍ର ହେବ ଚଞ୍ଚଳ 

ଋତୁମାନେ ସବୁ ଧରି ମହୁଗରା 

ଆସିବେ ଧରା ପରେ ନେଇକି ପସରା 

ଯେମିତି ଗ୍ରୀଷ୍ମରେ ଖରା 

ଅଳିଆ ଆବର୍ଜ୍ଜନା ପରିଷ୍କାର କରି ତୋରା 

ବରଷା ବାରିରେ ଅମୃତ ଝରା 

ଶୀତରେ ଶିଶିର ମୁକ୍ତା ଭରା 

ଘାସରୁ ପତର ଲତାରୁ ଦ୍ରୁମ ସାରା 

ଫଳନ୍ତି ବୃକ୍ଷ ଭାରେ ଭରା ନୁଆଁନ୍ତି ମୁଣ୍ଡ ପରା 

ନଈରେ ଚହଲା ପାଣି 

ସୂର୍ଯ୍ୟଙ୍କ ରଶ୍ମି ଗଉଣୀ 

ପାଣିରୁ ନିଅଇ କେତେ କଥା ଛାଣି 

ପଇସା ଯେମିତିକା ନିଅ ଗଣି 

ପାହାଡୁ ଝରଣା ପୁଣି 

ସମୁଦ୍ର ମିଶି ଚିଲିକା ମୁହାଣେ ମୁଣି 

 ପଶୁ ପକ୍ଷୀ ମାଛ ଡ଼ଲଫିନ ଶାଙ୍କୁଶ ଜାଣି 

କୋଇଲି କଣ୍ଠରେ କୁହୁ 

ନାଲିଆ ପାଟରେ ସାଧବ ବୋହୁ 

ପ୍ରଜାପତି ଉଡି ଉଡି ଯାଉ ଯାଉ 

କୁକୁରର ଭୁଉ ବିଲେଇର ମ୍ୟାଉଁ 

ସବୁରେ ଏତେ ମହୁ 

ଜୀଉ ଜୀଉ ଏ ଜୀବନେ 

ଗୀତିଶୀଳତା ଏମିତି ଲାଗି ରହୁ 

ସୂର୍ଯ୍ୟ ଚନ୍ଦ୍ର ଆକାଶ ସମୁଦ୍ର 

ଏକରେ ଅନେକ ଅନେକରେ ଏକ ହେଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract