STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ମନର ଦରଜ

ମନର ଦରଜ

1 min
30


ମସ୍ତିଷ୍କର ଶିରସବୁ ବିଛିନ୍ନ ହେବାକୁ ଉଦ୍ୟତ

ଇଛା ସବୁ ଆଉ ଇଛା ନୁହେଁ ମନ‌ର ନାହିଁ ମାନ

ସତେ କି ଘନ‌ ଅନ୍ଧକାରେ ଅଜଣା ସୁଡ଼ଙ୍ଗରେ

ମୃତ୍ୟୁ କୁ ଖୋଜୁଥିବା ଏକ ବିବ୍ରତ ଜୀବନ,


ଓଃ କି ଯନ୍ତ୍ରଣା..! ଅସହ୍ୟ ଯାତନା

ପେଟରେ ଭୋକର‌ ଜ୍ୱାଳାରେ ଆତ୍ମା ଉଠେ ଥରି

ଛାତିର‌ କ୍ଷୋଭରେ କେବଳ‌ ଡାକୁଥାଏ ଶ୍ରୀହରି

କି ବିଚିତ୍ର ଏ ଅନ୍ତଃ ପୃଥିବୀର ଅବସ୍ଥା 

ଦେଖାଇ ହୁଅନ୍ତା ଯଦି ଦେଖାଇ ଦିଅନ୍ତା ସେ

ଛାତି ଆଉ ନିଜ ମନ, ହୃଦୟ, ଆତ୍ମାକୁ ଚିରି

ନିଜ ମସ୍ତିଷ୍କ କୁ ପଥରରେ ପିଟି ଦୁଇଫାଳ କରି

ଦେଖନ୍ତେ ସମସ୍ତେ କ'ଣ ଅଛି ତା'ର ମସ୍ତିଷ୍କରେ,


ଆପାଦ‌ ମସ୍ତକକୁ ନିଜେ କରିପାରନ୍ତି କି ବ୍ୟବଛେଦ 

ଦେଖିପାରନ୍ତା ଦୁନିଆ ବାସ୍ତବ ପ୍ରମାଣ ତା'ର 

କେତେ ସତ କେତେ ମିଛ ତା'ର

କେତେ ପାପ ଓ‌ କେତେ‌ ପୂଣ୍ୟ ତାର

କେତେ ଲୁହ ଆଉ କେତେ‌ ହସ ତା'ର 

କେତେ ତ୍ୟାଗ ଓ କେତେ ଛଳନା ଓ ସ୍ୱାର୍ଥପର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract