STORYMIRROR

DR PRASANTA KUMAR BISWAL

Action Inspirational Others

4  

DR PRASANTA KUMAR BISWAL

Action Inspirational Others

ଅନ୍ତଃ ପ୍ରଦୂଷଣ

ଅନ୍ତଃ ପ୍ରଦୂଷଣ

1 min
19


ଆଜି ଆମେ ସଭ୍ୟ,ବିକଶିତ,

ବିକାଶର ଚିହ୍ନ ବନ୍ଦେଭାରତ,

ଚନ୍ଦ୍ରପୃଷ୍ଠରେ ପ୍ରଗତିର ପାଦଚିହ୍ନ,

ଯାବତୀୟ ଜାଗତିକ ସୁଖର ଆକର୍ଷଣ,

ବୈଷୟିକ ବିକାଶର ବିଜୟ କେତନ,

ପ୍ରଚାର ପ୍ରସାର କେବଳ ଆତ୍ମ ବିଜ୍ଞାପନ।

ସତରେ ଆମେ ବିକଶିତ?

ଶାଶ୍ୱତ ଚେତନା କଣ ଆତ୍ମାରେ ଚିତ୍ରିତ!

ସତରେ ଆମେ ପୁରୁଷ?

ମୋତେ ଲାଗେ କରଦାମାକ୍ତ ପୁରୁଷପଣିଆ 

ପୁରୁଷାର୍ଥ ଉପହସିତଯେତେ ଅବଶେଷ।

ସତରେ ଆମେ କଣ ଶ୍ରେଷ୍ଠ ଜୀବ ମଣିଷ?

ଅନ୍ତର୍ଧ୍ୟାନ ସବୁ ମାନବିକତା,ସାମାଜିକତା,

ମନୁଷ୍ୟତା କରେ ବାର ବାର ପରିହାସ।

 ପରାଧୀନର ଶୃଙ୍ଖଳ ଛିନ୍ନ କରି ହେଲୁ ସ୍ୱାଧୀନ

ଏତେ ଗହଳିଭିତରେ ଲାଗେ ନିଃସଙ୍ଗ ଜୀବନ,

ଦୁର୍ନୀତିକୁ କବର ଦେଇ ସୁଖ ହେବ ପ୍ଳାବିତ 

ଏବେବି ଗଡୁଛି ଶକୁନିର ପଶାକାଠି 

ସାଧାରଣ ମାନବ ଧର୍ମ ଆଜି ପରାହତ।

ପରାଧୀନ ପଞ୍ଜୁରୀ ଖୋଲି,

ମାଟିରୁ ଆକାଶ ଯାଏଁ ଯାହାକୁ ନିଜର କଲା 

ସୁରକ୍ଷିତ ସୁର୍ୟୋଦୟ ଭାବି ନବ ଜୀବନ ସଞ୍ଚରିଲା 

ଦୁଃଶାସନ ଦୁର୍ୟୋଧନ ପରି ଜଲ୍ହାଦଙ୍କ ଶିକାର ହେଲା 

ହିଂସ୍ର ଜନ୍ତୁ ଠାରୁ ଆହୁରି ଭୟଙ୍କର 

ରାମର ଖୋଳପା ଭିତରେ ଆଚରଣ ରାବଣର 

ଫସଲ ଆଜି ବାଡ଼ ଖାଉଛି 

ରକ୍ଷକ, ଭକ୍ଷକ ସାଜୁଛି,

ଏ ତ,ଜୀବନ ନୁହେଁ,

ଜୀବନ୍ତ ମରଣ,ଶୀତଳ ଦହନ,

ବାହ୍ୟ ପ୍ରଦୂଷଣ ଠାରୁ ଅନ୍ତଃ ପ୍ରଦୂଷଣ ବଳୁଛି 

ବାହାରେ ଚହଟ ଚିକ୍କଣ ଦେଖି 

ବିକାଶ କେତନ ଉଡ଼ୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action