STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ସମ୍ପର୍କ ନୁହଁଇ ହାଟ ସଉଦା

ସମ୍ପର୍କ ନୁହଁଇ ହାଟ ସଉଦା

1 min
13


ହୁଏ ନାହିଁ କିଣାବିକା ବଜାରରେ

ସମ୍ପର୍କ ନୁହଁଇ ହାଟ ସଉଦା

ଭାବର ବନ୍ଧନେ ସୂତ୍ର ସୁସମ୍ପର୍କ 

ହୋଇଥାଏ ଗଢା ନିବିଡେ ବନ୍ଧା ।

ହେଲେ ଯତ୍ନଶୀଳ ସମ୍ବନ୍ଧ ସମ୍ପର୍କ 

ହୁଏ ଦିର୍ଘସ୍ଥାୟୀ ଚିରହରିତ

ଛୁଟେ ଜୀବନରେ ନନ୍ଦନ ସୁଗନ୍ଧ 

ନିସର୍ଗେ ସମ୍ପର୍କ ପ୍ରେମ ଅମୃତ ।

ଲାଗେ ମଧୁମୟ ସମ୍ପର୍କ ସୌହାର୍ଦ୍ଦ୍ୟ

ପ୍ରଗାଢେ ସୋହାଗ ମମତା ସ୍ନେହ

ଜୀବନର ପଥ ହୁଏ କୁସୁମିତ 

ଯୋଡେ ସୁସମ୍ପର୍କ ମନ ହୃଦୟ ।

ଅଟେ କଳ୍ପବୃକ୍ଷ ସମ୍ବନ୍ଧ ସମ୍ପର୍କ 

ମଧୁର ତା ଫଳ ସୁମନେ ବାସ୍ନା

ହରେ ଅବସାଦ ଛାୟା ସୁଶୀତଳ 

ପରିତୋଷେ ଆଶା ମନକାମନା ।

ହାଟର ସଉଦା ଯାଏ ପଚି ସଢି

ଉପଯୋଗ ପରେ ହୁଏ ଅଭାବ

ଭରେ ପ୍ରାଣୋଚ୍ଛ୍ବାସ ଜୀବନ ଆନନ୍ଦ 

କରେ ସୁସମ୍ପର୍କ ସୁଖ ଉଦ୍ଭବ ।

      



Rate this content
Log in

Similar oriya poem from Action