ପେଚା ବି ପକ୍ଷୀ
ପେଚା ବି ପକ୍ଷୀ
ତାର ବି ଅଧିକାର ଅଛି
ଶୀକାର ରାତିରେ କରୁଛି
ରାତିରେ ଦେଖାଯାଏ ବୋଲି
ଶୀକାର ଖୋଜେ ବୁଲି ବୁଲି
ନିଶାଚର ରାତ୍ରୀଚର ରାତ୍ରୀର
ରାଜା ପକ୍ଷୀ ରାତି ଆକାଶର
ତେବେ ତା ସ୍ୱର
ତାର ଆଗମନ ଘର
ଲାଗେ ବହୁ ଡର
ବିଶ୍ୱାସ ଅବିଶ୍ୱାସ ଦୋଛକିରେ
ପେଚାକୁ ସନ୍ଦେହ ଘେରରେ
ସତେ କଣ ପକ୍ଷୀ ଦିଏ ସାମାଚାର
ଶୁଭ ଅଶୁଭ ଫଳ ଭାର
ହେ ତାନ୍ତ୍ରିକ ମାରନା ମାରନା ତାକୁ
ପକ୍ଷ ନଖ ନେଇ କିଆଁ କେ ଅନ୍ୟକୁ
ଦେଇ କହେ ଧନଜନ ଗୋପଲଷ୍ମୀ ତୋର
ବଢିବ ଏଥର ଭାଳେଣି ନକର
ଆରେ ଆରେ ମଣିଷ ତୁ ନର
ପେଚା ପରା ବାହାନ ଲଷ୍ମୀଙ୍କର
ଏମିତିରେ ସେ ଆସିଲେ ଘର
ବସିଲେ ରୋଗୀର ଉପର
ପୁଣି ଦେଖିଲେ ରାସ୍ତା କାଟି ଯିବାର
ଭାରି ଶୁଭର ବେଭାର
ଭୁକ୍ତଭୋଗୀ କହେ ଏହା ବାରମ୍ବାର
ତଥାପି ଲଗାତାର ବୋବାଳି ତାହାର
ଆଣେ ସଂଶୟ ଡର
ପକ୍ଷୀଟାକୁ ସନ୍ଦେହରେ ଚାହେଁ ନର
ପକ୍ଷୀଟି ସତେ କଣ ପରୱାନା ମୃତ୍ୟୁର
କେଜାଣି କେ ଜାଣେ ରହସ୍ୟ ଏହାର
ପକ୍ଷୀ ପରି ମଣିଷ ଛାର ଏ ସୃଷ୍ଟିର
ଏତିକି ଜଣେଇବା ଧର୍ମ ରାତ୍ରି ରା଼ଜାର
ଯେଣୁ ସେ କେବଳ ରାତ୍ରୀଚର
