STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ପେଚା ବି ପକ୍ଷୀ

ପେଚା ବି ପକ୍ଷୀ

1 min
378


ତାର ବି ଅଧିକାର ଅଛି 

ଶୀକାର ରାତିରେ କରୁଛି 

ରାତିରେ ଦେଖାଯାଏ ବୋଲି 

ଶୀକାର ଖୋଜେ ବୁଲି ବୁଲି 

ନିଶାଚର ରାତ୍ରୀଚର ରାତ୍ରୀର 

ରାଜା ପକ୍ଷୀ ରାତି ଆକାଶର 

ତେବେ ତା ସ୍ୱର 

ତାର ଆଗମନ ଘର 

ଲାଗେ ବହୁ ଡର 

ବିଶ୍ୱାସ ଅବିଶ୍ୱାସ ଦୋଛକିରେ 

ପେଚାକୁ ସନ୍ଦେହ ଘେରରେ 

ସତେ କଣ ପକ୍ଷୀ ଦିଏ ସାମାଚାର 

ଶୁଭ ଅଶୁଭ ଫଳ ଭାର

ହେ ତାନ୍ତ୍ରିକ ମାରନା ମାରନା ତାକୁ 

ପକ୍ଷ ନଖ ନେଇ କିଆଁ କେ ଅନ୍ୟକୁ 

 ଦେଇ କହେ ଧନଜନ ଗୋପଲଷ୍ମୀ ତୋର 

ବଢିବ ଏଥର ଭାଳେଣି ନକର 

ଆରେ ଆରେ ମଣିଷ ତୁ ନର 

ପେଚା ପରା ବାହାନ ଲଷ୍ମୀଙ୍କର 

ଏମିତିରେ ସେ ଆସିଲେ ଘର 

ବସିଲେ ରୋଗୀର ଉପର 

ପୁଣି ଦେଖିଲେ ରାସ୍ତା କାଟି ଯିବାର 

ଭାରି ଶୁଭର ବେଭାର 

ଭୁକ୍ତଭୋଗୀ କହେ ଏହା ବାରମ୍ବାର 

ତଥାପି ଲଗାତାର ବୋବାଳି ତାହାର 

ଆଣେ ସଂଶୟ ଡର 

ପକ୍ଷୀଟାକୁ ସନ୍ଦେହରେ ଚାହେଁ ନର 

ପକ୍ଷୀଟି ସତେ କଣ ପରୱାନା ମୃତ୍ୟୁର 

କେଜାଣି କେ ଜାଣେ ରହସ୍ୟ ଏହାର 

ପକ୍ଷୀ ପରି ମଣିଷ ଛାର ଏ ସୃଷ୍ଟିର 

ଏତିକି ଜଣେଇବା ଧର୍ମ ରାତ୍ରି ରା଼ଜାର

ଯେଣୁ ସେ କେବଳ ରାତ୍ରୀଚର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract