Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Tragedy Action Inspirational

3  

Samar Ballav Bhoi

Tragedy Action Inspirational

ଆଲୋକର ପର୍ବ କାଳୀପୂଜା

ଆଲୋକର ପର୍ବ କାଳୀପୂଜା

1 min
226



ଭାରତ ଆମର ଦେବଭୂମିରୁପେ କଥିତ

ଦୀପାବଳୀର ମହତ୍ତ୍ଵ ପ୍ରଧାନ ଓ ସର୍ବୋଚ୍ଚ

କାର୍ତ୍ତିକ ମାସ ଅମାବାସ୍ୟାରେ ହୁଏ ପାଳିତ

ଦୀପାବଳୀ ଆଲୋକର ପର୍ବ ବୋଲି ବିଦିତ ।


ଦୀପାବଳୀ ପଛେ ଅନେକ ପୁରାଣ ଉପାଖ୍ୟାନ

ଲଙ୍କା ବିଜୟ, ରାବଣ ନିଧନ, ଜାନକୀ ଉଦ୍ଧାର

ପ୍ରଭୁ ରାମଚନ୍ଦ୍ର କରିଥିଲେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

ଶ୍ରୀକୃଷ୍ଣଙ୍କ ଦ୍ଵାରା ନରକାସୁର ବିନାଶ କରିଣ  ନରକଦ୍ବାରା ବନ୍ଦୀନ ଷୋଳସହସ୍ର ସୁନ୍ଦରି ହେଲେ ଉଦ୍ଧାର ।

 

ଦୀପାବଳୀ ଦିନ ପୁର୍ବପୁରୁଷଙ୍କୁ ଦିଆଯାଏ ପିଣ୍ଡଦାନ

ଶାରୀରିକ ଓ ଆଧ୍ୟାତ୍ମିକ ପାଇଁ କରାଯାଏ ପୂଜନ

ଅନ୍ଧାର ରାତିରେ ପୁର୍ବପୁରୁଷଙ୍କୁ ହୁଏ ସମ୍ବୋଧନ

ବଡଵଡୁଆ ହୋ ଅନ୍ଧାରେ ଆସ ଆଲୁଏ କର ଗମନ ।


ଦୀପାବଳୀ ପରେ 'ମା'ଲକ୍ଷ୍ମୀଙ୍କୁ କରନ୍ତି ଆବାହନ

କୀଟ ପତଙ୍ଗ ମାନେ ସବୁ ହୁଅନ୍ତି ଦମନ

ଏହା ଅଟେ ବିଜ୍ଞାନ ସମ୍ମତ ଓ କାରଣ

ବ୍ୟବସାୟୀ ଭାଇମାନେ ଦୀପାବଳୀ ଦିନ

ପୁର୍ବ ବର୍ଷ ଖାତାକୁ କରନ୍ତି ନୁତନ ।


ଦୀପାବଳୀ ଆତସବାଜିରେ ଧରା ପ୍ରକମ୍ପିତ

ଅମାବାସ୍ୟାର ଅନ୍ଧାର ଆଲୋକେ ଉଦ୍ଭାସିତ

ଧନତରସ ରୁପେ ଦୀପାବଳୀ ହୁଏ ପାଳିତ

ସୁଖ ଶାନ୍ତି ସମୃଦ୍ଧି ସବୁ ହୁଏ ବିକଶିତ ।


ଜନ ଜୀବନ ପାଇଁ ଆଣେ ଶାନ୍ତି ଓ ତୃପ୍ତି

ଦୀପାବଳୀ ସାଂସ୍କୃତିକ ଜୀବନେ ଦିଏ ସଂହତି

ଆନନ୍ଦେ ପୁଜିଲେ ସବୁ ଲାଗେ ପ୍ରିୟ ଅତି

ଦୁରେଇ ଯାଉ ଧରାରୁ ଅଶାନ୍ତିର କାଳରାତ୍ରି ।


Rate this content
Log in

Similar oriya poem from Tragedy