STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବାତାୟନ ପଥ ଡେଇଁ

ବାତାୟନ ପଥ ଡେଇଁ

1 min
169


ବାତାୟନ ପଥ ଡେଇଁ 

ବାଳାରୁଣ ରେଣୁ

ପହିଲି କିରଣ ଛୁଇଁ

ଅଣୁ ପରମାଣୁ

ଗୋଟେ ନୂଆ ପୃଥିବୀ ଜନ୍ମିଯାଏ

ପ୍ରତି ସକାଳୁ ସକାଳୁ 

ମେଞ୍ଚାଏ ରଙ୍ଗ ମାଖି ପକାଏ

ନିତି ଆକାଶ କୋଳୁ

ଆଉ ପୁରୁଣା ଚିତ୍ର ଚରିତ୍ର ଥୋଇଦେଇ

ନୂଆ ମୂଖା ପିନ୍ଧିପକାଏ

ନବ ବସନା ଦିଶିଯାଏ ଆପଣାଛାଏଁ


ବିଶ୍ୱାସ କରିବେ କି ନାହିଁ

ଜଣା ପଡୁନି

ନୂଆ ନୂଆ ଲାଗୁଛି ପୃଥିବୀ 

କହି ପାରୁନି

ଆତ୍ମୀୟତାରେ ଆକ୍ତାମାକ୍ତା ସାହି

ଆଜି ନୂତନ ଆବରଣ

ଆକାଶକୁ ମୁଣ୍ଡ ଟେକିଛନ୍ତି 

ମାଳ ମାଳ କୋଠାଘର ତୋରଣ

ଇଚ୍ଛାରେ ଅନିଚ୍ଛା ଅଣନିଃଶ୍ଵାସୀ ଅନ୍ତେବାସି

ସବୁ ସ୍ବପ୍ନପ୍ରବଣ ଯୌବନ ପ୍ରସ୍ରବଣ


ଦିନେ ଯେଉଁ ଘରେ

 ଚଢ଼େଇର କିଚିରି ମିଚିରି ଗୀତରେ ଭାଙ୍ଗୁଥିଲା ନିଦ

ଦିନେ ଯେଉଁ ଡାଳରେ

ଫୁଲ ମାନେ ଋତୁ ଅନୁସାରେ

ବଦଳେଉଥିଲେ ରଙ୍ଗ ସ୍ଵାଦ

ଆଜି ସେଠାରେ ଦାଦନର କରାଳ ରୂପ

ଶୂନ୍ୟସ୍ଥାନ ଢିପାଶୂନ୍ୟ

ବଂଶର ପାରିଲା ପୁଅ ଦେଶାନ୍ତର

ବୁଢ଼ା ହଡ଼ା କେଇଜଣ କାମୁଡି ପଡିଛନ୍ତି

ଅଗଣା ବଗିଚା ତଥା ଅବହେଳିତ ହେଣ୍ଟାଳ


ମନ୍ଦିର ମାଳମାଳ 

 ଛୁଟିରେ ବୋଧେ ଈଶ୍ବର

ଗଛରେ ଗହଳ ଚହଳ

ମାତ୍ର ବ୍ୟସ୍ତ ପତ୍ରଝଡ଼ାରେ

କୋରଡ଼ଗତ ଆଖି

ଆତୁର ଭୋକ ଶୋଷରେ

ଛଳନାପୂର୍ଣ୍ଣ ହୃଦୟ 

ଲିପ୍ତ ପ୍ରତାରଣାରେ


ଆସୁନ ଆସ

ପୋଛିଦେବା ଲୁହ ଲହୁର ଲହର

ବସୁନ ବସ

ସଜେଇ ଦେବା ମେଞ୍ଚା ମେଞ୍ଚା ସ୍ବପ୍ନ ଆସର

କହୁନ କୁହ

ବନେଇବା ବଂଧୁମୟ ଆତ୍ମୀୟ ପରିବାର

ବୁଣୁନ ବୁଣ

ମୁଠା ମୁଠା ଚନ୍ଦନ ବନ୍ଦନ ଅଭିନନ୍ଦନ ସ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy