STORYMIRROR

Panchanan Jena

Tragedy Others

3  

Panchanan Jena

Tragedy Others

ଧେଙ୍ଗଡୀ-ଧେଙ୍ଗଡ଼ା

ଧେଙ୍ଗଡୀ-ଧେଙ୍ଗଡ଼ା

1 min
51


ଅବାସ୍ତବରେ ବାସ୍ତବ

ଅସୁବିଧାରେ ସୁବିଧା

ଖୋଜିବା ହିଁ ବୋଧେ ବିଜ୍ଞାନୀ ଜୀବନ


ଯେମିତି ରାତିରେ ନିଦ ମାଡିବା କଥା

ନିତିଦିନିଆ ଅଭ୍ୟାସଗତ ପ୍ରଥା

ଦିନର ଗଳଦଘର୍ମ ପରିଶ୍ରମ ପରେ

ଶରୀର ଗୋଳେ କିଞ୍ଜିତ ଆରାମ ବିଶ୍ରାମ

ଉପଶମ ହେବ ଦିନର ବ୍ୟଥା


ପୂରା ଉଲଟା ଚିତ୍ର ଦେଖୁଛି ବେନି ନେତ୍ର 

ନିଦ ଟିକିଏ ବି ଆସୁନି

ଆଖି ପତା ବୋଲ ମାନୁନି

ଜବରଦସ୍ତୀ ଶାଙ୍କୁଚ ଦରିଆ ବାଲିରେ

ପେଟେଇ ଥିବା ପରି

ପଲଙ୍କ ଉପରେ ଆଖି ମୁଦି ପଡ଼ିରହିବା

ଭିତରେ ସକାଳୁ ସକାଳୁ

ଘଣ୍ଚେ ଖଣ୍ଡେ ଆଖି ।ଲାଗିଯାଏ

ଅତ୍ର ତତ୍ର କତିପୟ ଏକତ୍ର


ସରିଲା ରାତି ପାହିଗଲା

ଖଡ଼ା ଖଡ଼ା ଲମ୍ବା ଶୀତରାତି

ଏମିତି ଚାଲିଗଲା ସରିଗଲା


ନିଦ ର ଦେଖା ନାହିଁ

ରାତ୍ରୀଚର ପକ୍ଷୀ ପରି

 ଶୋଇଛି ଚେଇଁ ଚେଇଁ


ଅନିଶ୍ଚିତରେ ନିଶ୍ଚିତ

ଆପଦାର୍ଥରେ ପଦାର୍ଥ

ମିଳିଯିବା ହିଁ ବୋଧେ ଜୀବନ


ଯେମିତି ସକାଳୁ ଶଯ୍ୟାତ୍ୟାଗ 

ବିଛଣା ଛାଡିବା ପରା

କାଉ କା' ଡାକିବା ପୂର୍ବରୁ

ଭଠି ପଡିବା ହିଁ ଆର୍ଯ୍ୟାବର୍ତ୍ତର 

ଆବହମାନ ଧାରା


ମାତ୍ର ଆଜିର ଯନ୍ତ୍ରମଣିଷ

ଅସୂର୍ଯ୍ୟମ୍ପଶ୍ୟା

ସୁରୁଜ ଉଠିବା ପୂର୍ବରୁ ଶେଜ ଶୁଙ୍ଘି 

ରହୁଛି

ଯାବୋଡି କାମୁଡି କାଠଗଣ୍ଡି ପରି

ପଡ଼ି ରହୁଛି


ଆହୁରି ଚାଦର ବା ବେଡ଼ସିଟ୍ ଘୋଡେଇ

ଘୁଙ୍ଗୁଡି ମାରୁଛି

ସକାଳୁ ବୁଲା କଥା ଛାଡ଼

ସକାଳ ସ୍କୁଲ ଅଫିସ୍ ରେଳଗାଡି ଧରି ପାରୁନି

ହଟହଟା ହେଉଛି


ରୁମ୍ ଭିତରୁ ବନ୍ଦ

ଡାକିବ କିପରି

ହଲେଇବ ଗଣ୍ଡିକୁ କିଭଳି


ମୋବାଇଲରେ କଲ୍ କରିବ

ଉଠେଇବେନି

ମ୍ୟାସେଜ୍‌ ପଢିବେନି

କଉଁ ଗାଈର ଗୋବର ମାନନ୍ତି


ଖାଲି ବ୍ରଏଲର୍ କୁକୁଡ଼ା ପରି ଏ ଗୁଡ଼ା

ମ୍ୟାଗି ଖାଇ ଖାଇ 

ଫାଷ୍ଟ ଫୁଡ଼ ବନେଇ ପିଇ

ମେଦ ବହୁଳ ଧେଙ୍ଗଡୀ ଧେଙ୍ଗଡ଼ା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy