ଧେଙ୍ଗଡୀ-ଧେଙ୍ଗଡ଼ା
ଧେଙ୍ଗଡୀ-ଧେଙ୍ଗଡ଼ା
ଅବାସ୍ତବରେ ବାସ୍ତବ
ଅସୁବିଧାରେ ସୁବିଧା
ଖୋଜିବା ହିଁ ବୋଧେ ବିଜ୍ଞାନୀ ଜୀବନ
ଯେମିତି ରାତିରେ ନିଦ ମାଡିବା କଥା
ନିତିଦିନିଆ ଅଭ୍ୟାସଗତ ପ୍ରଥା
ଦିନର ଗଳଦଘର୍ମ ପରିଶ୍ରମ ପରେ
ଶରୀର ଗୋଳେ କିଞ୍ଜିତ ଆରାମ ବିଶ୍ରାମ
ଉପଶମ ହେବ ଦିନର ବ୍ୟଥା
ପୂରା ଉଲଟା ଚିତ୍ର ଦେଖୁଛି ବେନି ନେତ୍ର
ନିଦ ଟିକିଏ ବି ଆସୁନି
ଆଖି ପତା ବୋଲ ମାନୁନି
ଜବରଦସ୍ତୀ ଶାଙ୍କୁଚ ଦରିଆ ବାଲିରେ
ପେଟେଇ ଥିବା ପରି
ପଲଙ୍କ ଉପରେ ଆଖି ମୁଦି ପଡ଼ିରହିବା
ଭିତରେ ସକାଳୁ ସକାଳୁ
ଘଣ୍ଚେ ଖଣ୍ଡେ ଆଖି ।ଲାଗିଯାଏ
ଅତ୍ର ତତ୍ର କତିପୟ ଏକତ୍ର
ସରିଲା ରାତି ପାହିଗଲା
ଖଡ଼ା ଖଡ଼ା ଲମ୍ବା ଶୀତରାତି
ଏମିତି ଚାଲିଗଲା ସରିଗଲା
ନିଦ ର ଦେଖା ନାହିଁ
ରାତ୍ରୀଚର ପକ୍ଷୀ ପରି
ଶୋଇଛି ଚେଇଁ ଚେଇଁ
ଅନିଶ୍ଚିତରେ ନିଶ୍ଚିତ
ଆପଦାର୍ଥରେ ପଦାର୍ଥ
ମିଳିଯିବା ହିଁ ବୋଧେ ଜୀବନ
ଯେମିତି ସକାଳୁ ଶଯ୍ୟାତ୍ୟାଗ
ବିଛଣା ଛାଡିବା ପରା
କାଉ କା' ଡାକିବା ପୂର୍ବରୁ
ଭଠି ପଡିବା ହିଁ ଆର୍ଯ୍ୟାବର୍ତ୍ତର
ଆବହମାନ ଧାରା
ମାତ୍ର ଆଜିର ଯନ୍ତ୍ରମଣିଷ
ଅସୂର୍ଯ୍ୟମ୍ପଶ୍ୟା
ସୁରୁଜ ଉଠିବା ପୂର୍ବରୁ ଶେଜ ଶୁଙ୍ଘି
ରହୁଛି
ଯାବୋଡି କାମୁଡି କାଠଗଣ୍ଡି ପରି
ପଡ଼ି ରହୁଛି
ଆହୁରି ଚାଦର ବା ବେଡ଼ସିଟ୍ ଘୋଡେଇ
ଘୁଙ୍ଗୁଡି ମାରୁଛି
ସକାଳୁ ବୁଲା କଥା ଛାଡ଼
ସକାଳ ସ୍କୁଲ ଅଫିସ୍ ରେଳଗାଡି ଧରି ପାରୁନି
ହଟହଟା ହେଉଛି
ରୁମ୍ ଭିତରୁ ବନ୍ଦ
ଡାକିବ କିପରି
ହଲେଇବ ଗଣ୍ଡିକୁ କିଭଳି
ମୋବାଇଲରେ କଲ୍ କରିବ
ଉଠେଇବେନି
ମ୍ୟାସେଜ୍ ପଢିବେନି
କଉଁ ଗାଈର ଗୋବର ମାନନ୍ତି
ଖାଲି ବ୍ରଏଲର୍ କୁକୁଡ଼ା ପରି ଏ ଗୁଡ଼ା
ମ୍ୟାଗି ଖାଇ ଖାଇ
ଫାଷ୍ଟ ଫୁଡ଼ ବନେଇ ପିଇ
ମେଦ ବହୁଳ ଧେଙ୍ଗଡୀ ଧେଙ୍ଗଡ଼ା।
