STORYMIRROR

Sarojini Mishra

Tragedy

3  

Sarojini Mishra

Tragedy

ମୋତେ ମୁକ୍ତି ଦିଅ

ମୋତେ ମୁକ୍ତି ଦିଅ

1 min
142


ମୋତେ ମୁକ୍ତି ଦିଅ

ତୁମ ଜୀବନ ପରିଧିରୁ

ମୋତେ ମୁକ୍ତି ଦିଅ

ତୁମ ଅସନ୍ତୋଷ ରୁଦ୍ଧ ସେ ଗୁମ୍ଫାରୁ

ମୋତେ ମୁକ୍ତି ଦିଅ

ତୁମ ଅସହିଷ୍ଣୁତାର ଆକାଶରୁ

ମୋତେ ମୁକ୍ତିଦିଅ

ତୁମ ନିଷ୍କର୍ସ କଠୋର ସଂପର୍କରୁ

ମୋତେ ମୁକ୍ତି ଦିଅ

ତୁମ ମନ ଜ୍ବଳନ କୁଣ୍ଡରୁ

ମୋତେ ମୁକ୍ତି ଦିଅ

କର୍ତ୍ତବ୍ୟ ଚାଦର ତଳେ

ପେଟେଇ ଶୋଇଥିବା

ମୋହ ମାନଙ୍କ ଠାରୁ

ମୋତେ ମୁକ୍ତି ଦିଅ

ଚାଟୁତା ଇନ୍ଦ୍ରଜାଲ ବନ୍ଧିତ

ବସ୍ତୁ ବୋଧତା ଭିତରୁ

ମୋତେ ମୁକ୍ତି ଦିଅ

ଅବୁଝାମଣା ର କ୍ଳିଷ୍ଟ ଶରଶଯ୍ୟାରୁ |

ମୋତେ ମୁକ୍ତି ଦିଅ

ଚ଼ିହ୍ନା ଅଚିହ୍ନା ର ଏଇ

ନିସ୍ତବ୍ଧ ଗଳିରୁ

ମୋତେ ମୁକ୍ତି ଦିଅ

ମୋ ବୁଝାମଣା ମାନଙ୍କର

ଆହୂତି ମନ୍ତ୍ର ମାନଙ୍କ ପାଖରୁ |

ମୋତେ ମୁକ୍ତି ଦିଅ

ରୁକ୍ଷତା ର ପଥର ଦ୍ୱୀପରୁ

ମୋତେ ମୁକ୍ତି ଦିଅ

ଅହଂତାର ଧୂମ ଇଲାକାରୁ

ମୋତେ ମୁକ୍ତି ଦିଅ

ପର ଆପଣାର ନିଃସଙ୍ଗ

ସଂଜ୍ଞା ର ଘେରରୁ

ମୋତେ ମୁକ୍ତି ଦିଅ

ଅନୁଭୂତି ମାନଙ୍କର

ବ୍ୟର୍ଥତାର ଆର୍ତ୍ତ ଚ଼ିତ୍କାରରୁ

ମୋତେ ମୁକ୍ତି ଦିଅ

ବିବେକ ର ଆତ୍ମାହୁତି

ପାଉଁଶ ଗଦାରୁ-----

ମୋତେ ମୁକ୍ତି ଦିଅ

ମୋତେ ମୁକ୍ତି ଦିଅ

ମୋତେ ମୁକ୍ତି ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy