STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଅଟ୍ଟହାସ

ଅଟ୍ଟହାସ

1 min
35


କିପରି ସମାଜ


ନିର୍ମିତ ହେଉଛି,


କରୁ ଅଛି ପରିହାସ !


ପଢ଼ନ୍ତୁ ସନ୍ତାନେ


ଓଡ଼ିଆ କହିଲେ,


କରୁଛନ୍ତି ଅଟ୍ଟହାସ !!


ମାତୃଭାଷା ଶିକ୍ଷା


କରେ ତିରସ୍କାର


କିପରି ଜ୍ଞାନ ପାଇଛି !


କେଉଁ ଜ୍ଞାନ ବଳ


ହୃଦେ ରଖି ଅଛି


ସମାଜ ତାକୁ ହସୁଛି !!


ଭାଷାର ମହତ୍ତ୍ଵ


ବୁଝେ ନି ଜୀବନେ


ଜନନୀ ଭାଷା ଭୁଲୁଛି,


ରକ୍ଷା କି କରିବ 


କିପରି କହରେ


ଶିକ୍ଷାର ଜ୍ଞାନ ଦେଉଛି !!


ଭାଷା ଶିକ୍ଷା ଯୋଗୁଁ


ଶିକ୍ଷକ ହୋଇଛି


ସନ୍ତାନେ ଶିକ୍ଷା ଇଂରାଜୀ !


କହିବା କି ଜ୍ଞାନୀ


ଓଡ଼ିଆ ସମାଜେ


ଯନ୍ତ୍ରଣା ଦେଉଛି ଆଜି !!


ଓଡ଼ିଆ ଭରସା


ତୁମେ ଜଗନ୍ନାଥ


ଶିକ୍ଷିତଙ୍କୁ ପ୍ରଭୁ ଦେଖ !


ହସ୍ତେ ଯାର ଅଛି


ଭାଷା ଶିକ୍ଷା ଜ୍ଞାନ


ସେହୁ ହେଉଛି ବିମୁଖ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy