STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଉତ୍ତର ଦିଅ ଠାକୁର !

ଉତ୍ତର ଦିଅ ଠାକୁର !

1 min
22


    ଅଜିତ କୁମାର ରାଉତ ଗାଁ କଳାବାଡିଆ 


ଉତ୍ତର ଦିଅହେ ଶେଷ ପ୍ରଶ୍ନ ମୋର


ପ୍ରାଣ ଯିବ କେବେ ମୋର !


ମିଶି ଯିବ ଆତ୍ମା ଅଙ୍ଗେ ତୋର ଯାଇ,


ହେବ କାଳ କେଉଁ ତାର !!


ଉତ୍ତର ଦିଅହେ................


ବୃଦ୍ଧ ଏ ବୟସ ଦୁର୍ବଳ ଶରୀର


ଗୃହ ପାଇଁ ମୁହିଁ ଭାର !


କିମ୍ପା ପରାଧୀନ ହେବ ଏ ଜୀବନ ?


ଯନ୍ତ୍ରଣା ହୁଏ ଅପାର !!


ଉତ୍ତର ଦିଅହେ................


ଜାଣି ପାରୁ ନାହିଁ ଜ୍ଞାନ ଶୂନ୍ୟ ହୁଏ


ଦେଖୁଛି ଚକାନୟନ !


ଆରାଧ୍ୟ ସେ ମୋର ବ୍ରହ୍ମାଣ୍ଡ ଈଶ୍ୱର


ସ୍ଥାନ ମିଳୁ ତା ଭୁବନ !!


ଉତ୍ତର ଦିଅହେ.................


ଏ ଜୀବନ ମୋର ସୃଷ୍ଟି କରି ଅଛି


ଆରାଧ୍ୟ କଳା ଠାକୁର !


କର୍ତ୍ତବ୍ୟରୁ ତିଳେ ଦୂର ହୋଇ ନାହିଁ


ଭକ୍ତି ପ୍ରୀତି ପଦେ ତାର !!


ଉତ୍ତର ଦିଅହେ................


ଏ ଭବ ସଂସାରେ ନୁହେଁ ଯେ କାହାର


ଦେଖି ଛନ୍ତି ସବୁ ନେତ୍ରେ !


ସ୍ଵାର୍ଥର ପାଇଁରେ ସମ୍ପର୍କ ଜଡ଼ିତ


ହୁଏ ଅଭିନୟ ମାତ୍ରେ !!


ଉତ୍ତର ଦିଅହେ...................


ସବୁତ ଜାଣୁଛୁ ସବୁତ ଦେଖୁଛୁ


କହିବି ବା ଆଉ କେଉଁ !


ଚରଣେ ଗୁହାରି କରେ ଜଗନ୍ନାଥ


କର୍ତ୍ତବ୍ୟ ମୋହର ଯେଉଁ !!


ଉତ୍ତର ଦିଅହେ..................


ପ୍ରାଣ ଯାଉ ଥିବ ମୁଖେ ଥିବ ନାମ


ଦେଖୁ ଥିବି ତୋର ରୂପ


କହି ଦିଅ ନାଥ ଶେଷ ସମୟରେ


ଦେଖିବି କେଉଁ ସ୍ବରୂପ !!


ଉତ୍ତର ଦିଅହେ .......... .....


କୃଷ୍ଣ ରୂପ ଧରି ଧର୍ମର ସ୍ଥାପନା 


କରିଲ ମହାଭାରତ !


ରାମ ରୂପ ଧରି ରାବଣ ମାରିଲ


କାଳିଆ କାହ୍ନୁ ତୁମେତ !!


ଉତ୍ତର ଦିଅହେ...............


ଶେଷ କାଳେ ମୁଖେ ଥିବ କୃଷ୍ଣ ରାମ 


 ନେତ୍ରେ ଦୃଶ୍ୟ ଦିବ୍ୟ ଜ୍ୟୋତି !


କଳା ଠାକୁର ର ନାମ ଗୁଞ୍ଜୁ ଥିବ


ହେବ ବୈକୁଣ୍ଠର ପ୍ରାପ୍ତି !!


ଉତ୍ତର ଦିଅହେ.................


ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy